ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ ବିରୋଧ, କଳା ପତାକା ପ୍ରଦର୍ଶନ କଲେ ବିରୋଧୀ

0 81

ପୁରୀ : ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତ ଅବସରରେ ପୁରୀ କଂଗ୍ରେସ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରାଯିବା ସହ କଳା ପତାକା ପ୍ରଦର୍ଶନ କରାଯାଇଛି । ନମିତା ମେହେର ହତ୍ୟା, ରତ୍ନଭଣ୍ଡାର ସୁରକ୍ଷା, ରେଳଓଭର ବ୍ରିଜ ଆଦି ବିଭିନ୍ନ ସମସ୍ୟା ନେଇ ନବୀନ ପଟ୍ଟନାୟକଙ୍କୁ ପୁରୀ ବଡ଼ ଦାଣ୍ଡର ବଳଗଣ୍ଡି ଛକଠାରେ କଳାପତାକା ପ୍ରଦର୍ଶନ କରି ଯୁବ କଂଗ୍ରେସ ସଭାପତି ପ୍ରେମଜିତ ମହାନ୍ତି, ଛାତ୍ର କଂଗ୍ରେସ ସଭାପତି ସତ୍ୟ ବରାଳ, ସୁଜିତ ମହାପାତ୍ର, ରଜତ ସାହୁ, ଚେତନ ମିଶ୍ର, ଚନ୍ଦ୍ର ଶେଖର କର, ଗୋପାଳ ମହାପାତ୍ର ସହ ଶତାଧିକ ଯୁବ ଛାତ୍ର ତାଳବଣିଆ ଥାନାରେ ଅଟକ ଥିବା ଜଣାପଡିଛି ।
ସେପଟେ ଦୋଳ ମଣ୍ଡପ ସାହିରେ ପୁରୀ ନଗର କଂଗ୍ରେସ ସଭାପତି ଛବିନ୍ଦ୍ର ପଢ଼ିଆରୀଙ୍କ ନେତୃତ୍ୱରେ ଯୁବନେତା ଆଲୋକ କୁମାର ଦାଶଙ୍କ ସହ କର୍ମୀମାନେ ମୁଖ୍ୟମନ୍ତ୍ରୀ ବିରୋଧ ନାରବାଜି କରିଥିଲେ । ବିଶେଷକରି ପୁରୀ ସହର ବାସୀଙ୍କୁ ଶ୍ରୀମନ୍ଦିର ଚାରି ଦ୍ୱାରରେ ପ୍ରବେଶ କଟକଣା, ମାଟିଆପଡା ରେଳ ଓଭର ବ୍ରିଜ ନିର୍ମାଣ ବିଳମ୍ବ, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା, ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନରେ ବିଫଳତାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପୁରୀ ଯୁବ କଂଗ୍ରେସ ପକ୍ଷରୁ କଳା ପତାକା ଓ ନାରବାଜି କରାଯାଇ ଥିଲା ।
ସେପଟେ ବିଜେପି ପକ୍ଷରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ ବିରୋଧ କରାଯିବା ସହ ପୁରୀକୁ ଆସିଥିବା ବିଭିନ୍ନ ମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ କାରକେଡ଼କୁ ଅଣ୍ଡା ମାଡ଼ ସହ କଳା ପତାକା ପ୍ରଦର୍ଶନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

20 − 18 =