କାନପୁର : ଆସନ୍ତାକାଲିଠାରୁ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଖେଳାଯିବ । ମ୍ୟାଚ୍ ପୂର୍ବରୁ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ ଅଜିଙ୍କ୍ୟ ରାହାଣେ ସ୍ପଷ୍ଟ କରିଛନ୍ତି ଯେ ଶ୍ରେୟସ୍ ଆୟର ପ୍ରଥମ ଟେଷ୍ଟ ମ୍ୟାଚରେ ଡେବ୍ୟୁ କରିବେ ।
ରାହାଣେ କହିଛନ୍ତି ଯେ,ଶ୍ରେୟସ କାନପୁରରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଦୁର୍ଭାଗ୍ୟବଶତଃ କେ.ଏଲ୍ ରାହୁଲ ଆହତ ହୋଇଛନ୍ତି ଏବଂ ପରବର୍ତ୍ତୀ ଦୁଇଟି ଟେଷ୍ଟ ପାଇଁ ଦଳରୁ ବାଦ ପଡିଛନ୍ତି । ତେଣୁ ଶ୍ରେୟସ୍ ଡେବ୍ୟୁ କରିବେ । ତେବେ ରାହାଣେ ପ୍ରଥମ ଟେଷ୍ଟ ପାଇଁ ଖେଳିବାକୁ ଥିବା ବାକି ଖେଳାଳିଙ୍କ ନାମ ପ୍ରକାଶ କରିନାହାଁନ୍ତି । ଯଦିଓ ଅଜିଙ୍କ୍ୟ ରାହାଣେ ରାହୁଲଙ୍କ ସ୍ଥାନରେ ଆୟର ଡେବ୍ୟୁ କରିବେ ବୋଲି କହିଛନ୍ତି । ଏଣୁ ସ୍ପଷ୍ଟ ହେଉଛି ଯେ, ସେ ବିରାଟ କୋହଲିଙ୍କ ସ୍ଥାନରେ ଖେଳିବେ । କୋହଲିଙ୍କୁ କାନପୁର ଟେଷ୍ଟ ପାଇଁ ବିଶ୍ରାମ ଦିଆଯାଇଛି । ସୀମିତ ଓଭର କ୍ରିକେଟ୍ ରେ ଭାରତୀୟ ଦଳ ପାଇଁ ଆୟର୍ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରିଛନ୍ତି । ଶ୍ରେୟସ୍ ମୁମ୍ବାଇ ଏବଂ ଇଣ୍ଡିଆ ଏ ପାଇଁ ଉଜ୍ଜ୍ୱଳ ଇନିଂସ ଖେଳି ପ୍ରଥମ ଶ୍ରେଣୀ କ୍ରିକେଟ୍ ରେ ଅନେକ ମ୍ୟାଚ୍ ଜିତିଛନ୍ତି । ତାଙ୍କୁ ଦିନିକିଆ ଫର୍ମାଟରେ ନମ୍ବର -୪ ରେ ଖେଳୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଭାରତୀୟ ଦଳ ପାଇଁ ଟେଷ୍ଟ କ୍ରିକେଟ୍ ଖେଳିବା ପାଇଁ ଶ୍ରେୟସ୍ ଆୟର ୩୦୩ ତମ ଖେଳାଳି ହେବେ । ୨୬ ବର୍ଷୀୟ ଆୟର ୨୦୧୭ ରେ ଭାରତ ପାଇଁ ତାଙ୍କର ପ୍ରଥମ ଦିନିକିଆ ଏବଂ ଟି-୨୦ ଖେଳିଥିଲେ ।
Sign in
Sign in
Recover your password.
A password will be e-mailed to you.