ମୁମ୍ବାଇ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଛି । ଆଜି ମ୍ୟାଚର ତୃତୀୟ ଦିନ । ଭାରତ ନ୍ୟୁଜିଲାଣ୍ଡକୁ ୫୪୦ ରନ୍ର ଲକ୍ଷ୍ୟ ଦେଇଛି । ଏହି ଟାର୍ଗେଟକୁ ହାସଲ କରିବା ନ୍ୟୁଜିଲାଣ୍ଡ ବ୍ୟାଟିଂ ଆରମ୍ଭ କରିଥିବା ବେଳେ ଭାରତ ଉଇକେଟ ହାସଲ କରିବାକୁ ଚେଷ୍ଟା ଚଳାଇଛି । କ୍ରିଜରେ ଏବେ କ୍ୟାପଟେନ ଟମ ଲାଥାମ ଏବଂ ୱିଲ ୟଙ୍ଗ ଉପସ୍ଥିତ ଅଛନ୍ତି । ଏହାପୂର୍ବରୁ ଭାରତ ଦ୍ୱିତୀୟ ଇନିଂସରେ ସାତ ୱିକେଟ୍ ହରାଇ ୨୭୬ ରେ ନିଜର ଇନିଂସ ଘୋଷଣା କରିଥିଲା । ଏହି ପରିପ୍ରେକ୍ଷୀରେ, ନ୍ୟୁଜିଲାଣ୍ଡ ସମ୍ମୁଖରେ ବିଜୟ ପାଇଁ ଭାରତ ୫୪୦ ରନର ଲକ୍ଷ୍ୟ ରଖିଛି । ଅକ୍ଷର ପଟେଲ ୪୧ ରନ୍ କରି ଅପରାଜିତ ଥିଲେ । ଅକ୍ଷରଙ୍କ ବ୍ୟତୀତ ମୟଙ୍କ ଅଗ୍ରୱାଲ ୬୨, ଚେତେଶ୍ୱର ପୂଜାରା ଏବଂ ଶୁଭମାନ ଗିଲ ୪୭ ରନ ସଂଗ୍ରହ କରିଥିବାବେଳେ ଅଧିନାୟକ ବିରାଟ କୋହଲି ୩୬ ରନ ସ୍କୋର କରିଛନ୍ତି । ଏଥି ସହ ନ୍ୟୁଜିଲ୍ୟାଣ୍ଡ ପାଇଁ ଦ୍ୱିତୀୟ ଇନିଂସରେ ଅଜାଜ ପଟେଲ ଚାରୋଟି ଏବଂ ରାଚିନ୍ ରବିନ୍ଦ୍ର ତିନୋଟି ୱିକେଟ୍ ନେଇଥିଲେ ।