ଦକ୍ଷିଣ ଆଫ୍ରିକାରେ ଦିନିକିଆ ସିରିଜ ଖେଳିବେ ବିରାଟ

0 95

ମୁମ୍ବାଇ : ଭାରତ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଟେଷ୍ଟ ଦଳର ଅଧିନାୟକ ତଥା ଦିନିକିଆ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଆଜି ଏକ ପ୍ରେସମିଟରେ ଯୋଗ ଦେଇଥିଲେ । ଏହି ଅବସରରେ ସେ କହିଛନ୍ତି ଯେ, ଆଗାମୀ ବର୍ଷ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ସେ ଖେଳିବାକୁ ପ୍ରସ୍ତୁତ । ତାଙ୍କ ନାମର ଯେଉଁ ସବୁ ଗୁଜବ ସୃଷ୍ଟି ହେଉଛି ତାହା ସବୁ ମିଛି ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ଟେଷ୍ଟ ଟିମ୍‌ ଘୋଷଣା ହେଲା ସେତେବେଳେ ତାଙ୍କୁ ଚୟନକର୍ତ୍ତାମାନେ କହିଥିଲେ ଯେ, ଆପଣଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଇ ଦିଆଯାଇଛି । ତା ପରଠାରୁ ଚୟନକର୍ତ୍ତାଙ୍କ ସହ ମୋର କିଛି ଆଲୋଚନା ହୋଇନାହିଁ ।
ସୂଚନାଯୋଗ୍ୟ ଯେ, ଗତକାଲି ଏକ ଖବର ପ୍ରକାଶ ପାଇଥିଲେ ଯେ, ସେ ଦିନିକିଆ ସିରିଜ ନ ଖେଳି ବିଶ୍ରାମ ନେବେ । ପରେ କିନ୍ତୁ ଏ ସଂପର୍କରେ ବିସିସିଆଇ ପକ୍ଷରୁ କୁହାଯାଇଥିଲା ଯେ, ବିରାଟ କୋହଲି ଦିନିକିଆ ସିରିଜ ଖେଳିବେ ।
ଉଲ୍ଲେଖଯୋଗ୍ୟ ଯେ, ଯେଉଁଦିନଠାରୁ ରୋହିତ ଶର୍ମାଙ୍କୁ ଦିନିକିଆ ଅଧିନାୟକ ଦାୟିତ୍ୱ ବିସିସିଆଇ ଦେଇଛି, ସେହି ଦିନଠାରୁ ରୋହିତ ଓ ବିରାଟଙ୍କୁ ନେଇ ନାନା ଚର୍ଚ୍ଚା ଲାଗିଛି । ଏହାରି ଭିତରେ ରୋହିତ ଶର୍ମା ଅଭ୍ୟାସ କରୁଥିବା ସମୟରେ ଆହତ ହୋଇ ଦକ୍ଷିଣ ଆଫ୍ରିକା ବିପକ୍ଷ ସଂପୂର୍ଣ୍ଣ ସିରିଜରୁ ବାଦ ପଡିଛନ୍ତି । ସେ ଦିନିକିଆ ସିରିଜ ବେଳକୁ ସଂପୂର୍ଣ୍ଣ ଫିଟ୍‌ ହୋଇଯିବେ ବୋଲି ବିସିସିଆଇ ଆଶା ରଖିଛନ୍ତି । ଯଦି ଏମିତି ହୁଏ ତେବେ ବିରାଟ କୋହଲି ରୋହିତଙ୍କ ଅଧିନାୟକତ୍ୱରେ ଦିନିକିଆ ମ୍ୟାଚେ ଖେଳିବେ । ଆସନ୍ତା ଜାନୁଆରୀ ୧୯ ତାରିଖରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦଳ ଦିନିକିଆ ସିରିଜ ଖେଳବ । ଗସ୍ତ ସମୟରେ ଦଳ ତିନୋଟି ଦିନିକିଆ ସହ ତିନି ଟେଷ୍ଟ ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ରହିଛି ।

hiranchal ad1
Leave A Reply

Your email address will not be published.

fourteen + eight =