କମିଶନରେଟ ଅଞ୍ଚଳରେ ଖୋଲିବ ୩ ନୂଆ ଥାନା

0 78

ଭୁବନେଶ୍ୱର: କମିଶନରେଟ ପୁଲିସ ଅଞ୍ଚଳରେ ଖୋଲିବ ଆଉ ୩ଟି ନୂଆ ଥାନା । ୩ଟି ନୂଆ ଥାନା ଖୋଲିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ଦେଇଛନ୍ତି । ପାହାଳ, ଇନଫୋଭ୍ୟାଲି ଏବଂ ବୟାଳିଶିମୌଜା/ବେଣ୍ଟକାର ଠାରେ ନୂଆ ଥାନା ଖୋଲିବ ।
ଅନ୍ୟପକ୍ଷରେ ରାଜ୍ୟରେ ସାଇବର ଅପରାଧ ଓ ଆର୍ଥିକ ଅପରାଧ ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ଆଉ ୧୧ଟି ନୂଆ ସାଇବର ଓ ଆର୍ଥିକ ଅପରାଧ ଥାନା ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଏହି ନୂଆ ସାଇବର ଥାନା ଖୋଲିବା ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

eleven + nine =