ବିସିସିଆଇ ନା ବିରାଟ, କିଏ କହୁଛି ସତ ?

0 76

ନୂଆଦିଲ୍ଲୀ : ଦିନିକିଆ ଅଧିନାୟକ ପଦରୁ ହଟିବା ପରେ ପ୍ରଥମ ଥର ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବିରାଟ କୋହଲି। ବୁଧବାର କୋହଲି କହିଛନ୍ତି, ସେ ଦିନିକିଆ ଅଧିନାୟକ ଛାଡିବାକୁ ଚାହୁଁନଥିଲେ। ଏଥିସହ ଟି-୨୦ ଅଧିନାୟକତ୍ଵ ନେଇ କୋହଲି ମୁହଁ ଖୋଲିଛନ୍ତି। କୋହଲିଙ୍କ ବୟାନ ଉପରେ ଏବେ ପ୍ରତିକ୍ରିୟା ଦେଇଛି ବିସିସିଆଇ।

hiring

ବିସିସିଆଇ ସୂତ୍ର ଅନୁଯାୟୀ, ବିରାଟ କୋହଲି ଏମିତି କହି ପାରିବେ ନାହିଁ ଯେ, ତାଙ୍କୁ ଅଧିନାୟକ ପଦରୁ ହଟାଯିବାର ସୂଚନା ଦିଆଯାଇ ନଥିଲା। ବିରାଟ ଯେବେ ଟି-୨୦ ଅଧିନାୟକ ଦାୟିତ୍ଵ ଛାଡିଲେ, ସୀମିତ ଓଭର କ୍ରିକେଟ୍‌ରେ ଦୁଇ ଜଣ ଅଧିନାୟକ ରଖାଯିବା ସହଜ ନଥିଲା। ଆମେ ବିରାଟ କୋହଲିଙ୍କ ସହ ସେପ୍ଟେମ୍ବର ମାସରେ ଆଲୋଚନା କରିଥିଲୁ ଏବଂ ତାଙ୍କୁ ଟି-୨୦ ଅଧିନାୟକ ନଛାଡିବାକୁ କହିଥିଲୁ। ଯେତେବେଳେ ବିରାଟଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଗଲା, ସେହି ସମୟରେ ନିଜେ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ବିରାଟଙ୍କୁ ଫୋନ କରି ଏହାର ସୂଚନା ଦେଇଥିଲେ।

ବିରାଟ  ବୁଧବାର ସାମ୍ବାଦିକ ସମ୍ମିଳନୀରେ ଖୁଲାସା କରିଛନ୍ତି ଯେ, ଡିସେମ୍ବର ୮ରେ ଟେଷ୍ଟ ଦଳ ପାଇଁ ଚୟନ କମିଟିର ବୈଠକର ଦେଢ ଘଣ୍ଟା ପୂର୍ବରୁ ମୋ ସହିତ ଯୋଗାଯୋଗ କରାଯାଇଥିଲା। ଏହା ପୂର୍ବରୁ ଟି-୨୦ ଦଳର ଅଧିନାୟକ ଛାଡିବା ପରେ ମୋ ସହିତ କୌଣସି ଅଧିକାରୀ ଯୋଗାଯୋଗ କରିନଥିଲେ। ମୁଖ୍ୟ ଚୟନକର୍ତ୍ତା ମୋ ସହ ଟେଷ୍ଟ ଦଳକୁ ନେଇ ଆଲୋଚନା କରିଥିଲେ। ଏଥିରେ ଆମେ ସହମତ ଥିଲୁ। ତେବେ ଆଲୋଚନା ଶେଷରେ ମୋତେ ଜଣାଇ ଦିଆଗଲା ଯେ, ମୁଁ ଆଉ ଦିନିକିଆ ଅଧିନାୟକ ରହିବି ନାହିଁ। ଏହା ଉପରେ ମୁଁ କହିଥିଲି ଠିକ୍ ଅଛି, କୌଣସି କଥା ନାହିଁ । ତେବେ ବିସିସିଆଇ କୋହଲିଙ୍କ କଥାକୁ ସଂପୂର୍ଣ୍ଣ ଖଣ୍ଡନ କରିଛି।

hiranchal ad1
Leave A Reply

Your email address will not be published.

twelve − 3 =