ପଞ୍ଚାୟତ ନିର୍ବାଚନ: ଖୁବ୍‌ଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି

0 128

ଭୁବନେଶ୍ୱର: ରାଜ୍ୟରେ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ଆଉ ପାଦେ ଆଗେଇଛନ୍ତି । ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ଖୁବ୍‌ଶୀଘ୍ର ନିର୍ବାଚନ ତାରିଖ ଘୋଷଣା ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି । ଭୋଟ ଗଣତି ଶେଷ ହେବା ପର୍ଯ୍ୟନ୍ତ ବିଜ୍ଞପ୍ତି ପ୍ରକାଶ ପାଇବା ଦିନ ଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହେବ । ସମ୍ବିଧାନ ଧାର ୨୪୩ କେ ଓ ପଞ୍ଚାୟତ ଆଇନ ଅନୁଯାୟୀ ମାର୍ଗଦର୍ଶିକା ପ୍ରକାଶ ପାଇବ । ଚଳିତ ଥର ଭୋଟ ଗ୍ରହଣ ଦିନ ଭୋଟ ଗଣତି ହେବ ନାହିଁ ।

hiring

ଜୋନ୍‌ ତଥା ବ୍ଲକର କାର୍ଯ୍ୟାଳୟରେ ସମଗ୍ର ଭୋଟବାକ୍ସ ଗୁଡିକୁ ଏକାଠି କରାଯାଇ ଭୋଟ ଗଣତି କରାଯିବ । ୩ଟି ପର୍ଯ୍ୟାୟରେ ଗଣତି ଓ ୫ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ହେବ ବୋଲି ଆୟୋଗଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ହସ୍ତଗତ ହୋଇଛି । ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ପୂର୍ବରୁ ଆୟୋଗ ରାଜନୈତିକ ଦଳ ଗୁଡିକର ସର୍ବଦଳୀୟ ବୈଠକ ଡାକିବେ ଓ ପରେ ନିର୍ବାଚନ ତାରିଖ ଆଦର୍ଶ ଆଚରଣ ବିଧିଲାଗୁ ହେବ । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏଥର ୯୧ହଜାର ୯୧୩ ୱାର୍ଡରେ ଭୋଟ ଗ୍ରହଣ ହେବ ।

ଆଦର୍ଶ ଆଚରଣ ବିଧି ସମ୍ପର୍କରେ ଆୟୋଗଙ୍କ ପକ୍ଷରୁ ବିଧିବଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇନଥିଲେ ମଧ୍ୟ ନିର୍ବାଚନ ଆୟୋଗ ଏଥର ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ବେଳେ ଏସବୁ ନିୟମକୁ କଡାକଡି ଦୃଷ୍ଟି ଦେବେ । ଯେପରି କୌଣସି ରାଜନୈତିକ ଦଳ କିମ୍ବା ପ୍ରାର୍ଥୀ ମୌଖିକ ବା ଲିଖିତ ଭାବରେ ଏପରି କୌଣସି ଭାଷା ବ୍ୟବହାର କରିବେ ନାହିଁ କିମ୍ବା ଏଭଳି କୌଣସି କାର୍ଯ୍ୟ କରିବେ ନାହିଁ ଯାହା ଅନ୍ୟ ସମ୍ପ୍ରଦାୟ ମଧ୍ୟରେ ଘୃଣାଭାବ ସୃଷ୍ଟି କରିବ । କୌଣସି ରାଜନୈତିକ ଦଳ ଗୁପ୍ତ ଭାବେ କୌଣସି ହିସାଂତ୍ମକ କାର୍ଯ୍ୟକଳାପରେ ଲିପ୍ତ ହେବେ ନାହିଁ । ନିର୍ବାଚନ ବେଳେ ଆଶାୟୀ ପ୍ରାର୍ଥୀଙ୍କୁ ଭୟ ପ୍ରଦର୍ଶନ କରାଯାଇପାରିବ ନାହିଁ । ସମସ୍ତ ରାଜନୈତିକ ଦଳ ଓ ପ୍ରାର୍ଥୀ ନିର୍ବାଚନ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ସହଯୋଗ କରିବେ । ନିର୍ବାଚନ ଆଇନ ଅନୁଯାୟୀ ଦୁର୍ନୀତି ଓ ଅପରାଧ ବିବେଚିତ ସମସ୍ତ କାର୍ଯ୍ୟରୁ ନିବୃତ୍ତ ରହିବେ । ସେହିଭଳି କୌଣସି ରାଜନୈତିକ ଦଳ ପ୍ରାର୍ଥୀଙ୍କ ନିର୍ବାଚନ ସଭା ଚାଲୁଥିବା ବେଳେ ବିରୋଧି ରାଜନୈତିକ ଦଳ ବା ସେମାନଙ୍କ କୌଣସି ପ୍ରକାର ବିଶୃଙ୍ଖଳା ସୃଷ୍ଟି କରିପାରିବେ ନାହିଁ ।

hiranchal ad1
Leave A Reply

Your email address will not be published.

3 × three =