ଅନନ୍ତ ଦୀପ୍ତି ଆଶା ଟ୍ରଷ୍ଟ ତରଫରୁ ଅସହାୟଙ୍କୁ ରିଲିଫ ସହାୟତା ପ୍ରଦାନ

0 62

ବାଲିଗୁଡା : ଅନନ୍ତ ଦୀପ୍ତି ଆଶା ଟ୍ରଷ୍ଟ ଦ୍ୱାରା ଦାରିଙ୍ଗବାଡ଼ି ବ୍ଲକ ସୁଲୁମାହା ଠାରେ ଅସହାୟ ପରିବାରକୁ ଖାଦ୍ୟ ଏବଂ ସ୍ୱଚ୍ଛତା ସାମଗ୍ରୀ ସହାୟତା ପ୍ରଦାନ କରାଯାଇଛି । ଟ୍ରଷ୍ଟର ଟ୍ରଷ୍ଟି ସଦସ୍ୟ ସଚିବ ବିନୋୟ କିର୍ତ୍ତୀ ଟ୍ରଷ୍ଟର ସଭାପତି ସୁରେଖା ଦିଗାଲ ଏବଂ ବୋର୍ଡର ସଦସ୍ୟମାନେ ଦାରିଙ୍ଗବାଡ଼ି ଅଞ୍ଚଳର ଅସହାୟ ପରିବାରଙ୍କୁ ଚାଉଳ, ଡାଲି, ଚିନି, ଚା ପାଉଡର ସହିତ ସାନିଟାଇଜର ଭଳି ରିଲିଫ କିଟ ବଣ୍ଟନ କରିଥିଲେ । ଏହି ଟ୍ରଷ୍ଟ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ଏବଂ ରାଇକିଆ ଅଞ୍ଚଳରେ କୋଭିଡ ପ୍ରଭାବିତ ପରେ କୋଭିଡ ସହାୟତା ନେଇ ସେଥିରେ ପ୍ରଥମ ପର୍ଯ୍ୟାୟରେ ୫ଶହରୁ ଉର୍ଦ୍ଧ୍ୱ ଲୋକଙ୍କୁ ଏହି ରିଲିଫ ବଣ୍ଟନ କରିଛନ୍ତି । ଏହି ଟ୍ରଷ୍ଟ ୨୦୨୧ ମସିହା ଶେଷ ସୁଦ୍ଧା ଏହିଭଳି ରିଲିଫ ସାମଗ୍ରୀ ପ୍ରାୟ ୫ହଜାର କୋଭିଡ୍‌ ପ୍ରଭାବିତ ପରିବାର ନିକଟରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଥିବା ନେଇ ଟ୍ରଷ୍ଟ ସଦସ୍ୟ ପ୍ରକାଶ କରିଛନ୍ତି ।

hiring

ସୁଲୁମାହାରେ ଅନୁଷ୍ଠିତ ଏହି ରିଲିଫ ବଣ୍ଟନ କାର୍ଯ୍ୟକ୍ରମରେ ଶ୍ରାନିକେତା ସରପଞ୍ଚ ଶ୍ରୀମତୀ ସଂପୂର୍ଣ୍ଣା ପ୍ରଧାନ, ପୂର୍ବତନ ବ୍ଲକ ଅଧକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ସମେତ ଶ୍ରାନିକେତା ପଞ୍ଚାୟତର ନାଏବ ସରପଞ୍ଚ ଜିପୁନ କୁମାର ପ୍ରଧାନ ପ୍ରମୁଖ ଅତି ଅସହାୟ ଅବସ୍ଥାରେ ଥିବା ଲୋକଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ । ସେହିପରି ରାଇକିଆ ବ୍ଲକର ଗମାଣ୍ଡି ପଞ୍ଚାୟତର ସରପଞ୍ଚ ପଞ୍ଚୁ ପ୍ରଧାନଙ୍କ ଉପସ୍ଥିତିରେ ଗମାଣ୍ଡିରେ ଖାଦ୍ୟ ଏବଂ ସ୍ୱଚ୍ଛତା ବଣ୍ଟନ ସହାୟତା କିଟ ବଣ୍ଟନ କରାଯାଇଥିଲା । ଏହିଭଳି ଭାବେ ଅସହାୟ ପରିବାରଙ୍କୁ ଏହି ସହାୟତା ଯୋଗାଇଦେଇଥିବା ଯୋଗୁଁ ଅଞ୍ଚଳବାସୀ ଟ୍ରଷ୍ଟର କର୍ମକର୍ତ୍ତା ଓ ଟ୍ରଷ୍ଟିଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରିଛନ୍ତି ।

hiranchal ad1
Leave A Reply

Your email address will not be published.

18 − 13 =