ଏକାଥରକେ ଚିହ୍ନଟ ହେଲେ ୩୩ ଓମିକ୍ରନ ଆକ୍ରାନ୍ତ

0 79

ଚେନ୍ନାଇ : ତାମିଲନାଡୁରେ ଗୁରୁବାର କରୋନା ଭାଇରସର ଓମିକ୍ରନ ଭାରିଆଣ୍ଟର ୩୩ ନୂଆ ମାମଲା ସାମ୍ନା ଆସିବା ପରେ ରାଜ୍ୟରେ ଭୟର ବାତାବରଣ ଖେଳିଯାଇଛି । କରୋନା ଭାଇରସ ପଜିଟିଭ ଚିହ୍ନଟ ହୋଇଥିବା ଲୋକଙ୍କ ଜିନମ ସିକ୍ୟୁନ୍ସିଂ ପରେ ଏହି ରିପୋର୍ଟ ସାମ୍ନାକୁ ଆସିଛି । ଏହା ସହ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି । ପୂର୍ବରୁ କେବଳ ଗୋଟିଏ ଓମିକ୍ରନ ମାମଲା ସାମ୍ନାକୁ ଆସିଥିଲା ।
ସ୍ୱାସ୍ଥ୍ୟମନ୍ତ୍ରୀ ଏମ୍‌ଏ ସୁବ୍ରମଣ୍ୟମ କହିଛନ୍ତି ଆମକୁ ସୂଚନା ମିଳିଛି ୩୩ ଜଣଙ୍କ ନିକଟରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇଛି । ଆଜି ସକାଳେ ସ୍ୱାସ୍ଥ୍ୟ ସଚିବ ଜେ ରାଧାକୃଷ୍ଣନଙ୍କ ସହ ପ୍ରେସ ମିଟ ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ସୁବ୍ରମଣ୍ୟମ କହିଛନ୍ତି ୩୩ ଚିହ୍ନଟଙ୍କ ମଧ୍ୟରୁ ୨୬ଜଣ ଚେନ୍ନାଇର ହୋଇଥିବା ବେଳେ ୪ଜଣ ମଦୁରେ, ୨ଜଣ ତିରୁବନମଲାଇ ଓ ଜଣେ ସଲେମରୁ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ଓ ସମସ୍ତେ ଆଇସୋଲେସନରେ ରହିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

hiranchal ad1
Leave A Reply

Your email address will not be published.

16 − six =