କୁକୁଡା ପାଳନ ତାଲିମ କାର୍ଯ୍ୟକ୍ରମ ଉଦଯାପିତ

0 78

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ୱାରା ବୁରସିଙ୍ଗ ଗ୍ରାମରେ ଚାଲିଥିବା କୁକୁଡା ପାଳନ ତାଲିମ କାର୍ଯ୍ୟକ୍ରମର ଉଦଯାପନ ସଭା ଆର୍ସେଟି ପରିସରରେ ଅନୁଷ୍ଠିତ ହୋଇଛି ।
ଗତ ୧୪.୧୨.୨୦୨୧ ଠାରୁ ଆରମ୍ଭ ହେଇଥିବା ୧୦ ଦିନିଆ କୁକୁଡା ପାଳନ ତାଲିମ କାର୍ଯ୍ୟକ୍ରମରେ ଗୁମ୍ମା ବ୍ଲକର ଅଜୟଗଡ ଗ୍ରାମ ପଞ୍ଚାୟତର ବୁରସିଙ୍ଗ ଏବଂ ଆଖପାଖ ଗ୍ରାମରୁ ମୋଟ ୩୧ ଜଣ ମହିଳା ଓ ପୁରୁଷ ତାଲିମ ନେଇଥିଲେ । ସମସ୍ତ ପ୍ରତିଭାଗୀମାନଙ୍କ ପାଇଁ ଅନୁଷ୍ଠାନ ତରଫରୁ ଖାଇବା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ଯୋଗାଇ ଦିଆ ଯାଇଥିଲା । ଉଦଯାପନ ସଭାରେ ଅନୁଷ୍ଠାନର ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ବ୍ରହ୍ମା ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ରୂପେ ଉପ ଜିଲ୍ଲା ପଶୁଧନ ଅଧିକାରୀ ରମାକାନ୍ତ ରଣା ଯୋଗ ଦେଇଥିଲେ । ଡିପିଏମ-ଓଏଲେମଶ୍ରୀମତୀ ପ୍ରିୟମ୍ବଦା ବିଷୋୟୀ, ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ କିଶୋର ଚନ୍ଦ୍ର ନାଇକ, ଏବଂ ପଶୁଧନ ବିଭାଗର ଅବସର ପ୍ରାପ୍ତ ବରିଷ୍ଠ ଅଧିକାରୀ ସୂର୍ଯ୍ୟକାନ୍ତ ପଟ୍ଟନାୟକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ସମସ୍ତ ଅତିଥି ଏବଂ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରତିଭାଗୀ ମାନଙ୍କୁ ସାର୍ଟିଫିକଟ ପ୍ରଦାନ କରିବା ସଙ୍ଗେସଙ୍ଗେ ଭାଷଣ ମାଧ୍ୟମରେ ବିଭିନ୍ନ ଉଦାହରଣ ଦେଇ ଭବିଷ୍ୟତରେ ଆତ୍ମନିଯୁକ୍ତ ହୋଇ ଉତ୍ତରୋତ୍ତର ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ । ଅନୁଷ୍ଠାନର ପ୍ରାଧ୍ୟାପକ ଦିଲ୍ଲୀପ କୁମାର ତନ୍ତି କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

sixteen − 2 =