ବାତ୍ୟା ‘ଅକ୍‌ଭାନ’ର ଗତିପଥକୁ ନେଇ ଦ୍ଵନ୍ଦ୍ଵ

0 78

ଭୁବନେଶ୍ଵର : ବାତ୍ୟା ‘ଅକ୍‌ଭାନ’ର ଗତିପଥକୁ ନେଇ ଦ୍ଵନ୍ଦ୍ଵ । ବଦଳୁଛି ମଡେଲ ଆକଳନ । ବାତ୍ୟାର ଘନୀଭୂତ ହେବା ପ୍ରକ୍ରିୟାରେ କିଛିଟା ମନ୍ଥରତା ଦେଖାଦେଇଥିବା ବେଳେ ଆଗାମୀ ୩୬ ଘଣ୍ଟା ପରେ ଏହାର ତୀବ୍ରତା ବୃଦ୍ଧି ପାଇପାରେ ବୋଲି ମଡେଲରୁ ସୂଚନା ମିଳୁଛି । ଅନ୍ୟପଟେ ବାତ୍ୟାର ଗତିପଥରେ ମଧ୍ୟ ବାରମ୍ବାର ପରିବର୍ତ୍ତନ ହେଉଛି । ପୂର୍ବରୁ ବାତ୍ୟା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଥିବା ବେଳେ ପରେ ପୂର୍ବ-ଉତ୍ତରପୂର୍ବ ଦିଗକୁ ଗତି କରିଥିଲା । ବର୍ତ୍ତମାନ ଏହାର ଗତିପଥ ଉତ୍ତର-ପଶ୍ଚିମ ଦିଗ, ଅର୍ଥାତ୍ ତେଲେଙ୍ଗାନା ଆଡ଼କୁ ରହିଥିବା ଆକଳନ କରାଯାଉଛି । ଏହି ପରିବର୍ତ୍ତନ ଯୋଗୁଁ ବାତ୍ୟା କେଉଁଠି ଓ କେବେ ସ୍ଥଳଭାଗ ଅତିକ୍ରମ କରିବ, ତାହାର ସମୟ ଓ ସ୍ଥାନରେ ପରିବର୍ତ୍ତନ ହୋଇପାରେ । ଏନେଇ ସିଇସି ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି । 

hiranchal ad1
Leave A Reply

Your email address will not be published.

fifteen − nine =