ଖବର କାଗଜ ହକର ମାନଙ୍କ ପାଇଁ ସ୍ୱତନ୍ତ୍ର ସହାୟତାର ଶୁଭାରମ୍ଭ

0 84

ପାରଳାଖେମୁଣ୍ଡି : ଗତକାଲି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଓଡିଶାର ସମସ୍ତ ଖବର କାଗଜ ହକର ମାନଙ୍କ ସକାଶେ ସାମାଜିକ ସୁରକ୍ଷା ଯୋଜନାର ଶୁଭାରମ୍ଭ କରିଛନ୍ତି । ଖବର କାଗଜ ହକର ଗଣଙ୍କ ପାଇଁ ଏହି ସାମାଜିକ ସୁରକ୍ଷା ଯୋଜନା ଓ ଜନ ସାଧାରଣ ଦେଶ ବିଦେଶର ଖବର ଜାଣିବା ସକାଶେ ପ୍ରତ୍ୟେକ ଦିନ ସକାଳୁ ଖବର କାଗଜକୁ ଅପେକ୍ଷା କରିଥାନ୍ତି । ଖବର କାଗଜ ହକର ଗଣ ବହୁ ପରିଶ୍ରମ କରି ଖରା, ବର୍ଷା, ଶୀତକୁ ଖାତିର ନକରି ପ୍ରତିଦିନ ନିଜର ଦାୟିତ୍ୱ ସମ୍ପାଦନା କରି ଆସୁଛନ୍ତି । ସେମାନଙ୍କ ଶ୍ରମ ଯୋଗୁଁ ଜନସାଧାରଣ ଦେଶ ବିଦେଶର ଖବର ସହିତ ରାଜ୍ୟ ସରକାରଙ୍କ ପ୍ରଦତ୍ତ ତଥ୍ୟ ପାଇଥାନ୍ତି ।
ଗୁରୁବାର ପୂର୍ବାହ୍ନରେ ମମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଯୋଜନାର ଶୁଭରମ୍ଭ କରି ସମସ୍ତ ଖବରକାଗଜ ହକରମାନଙ୍କ ଜମାଖାତାକୁ ଛଅ ହଜାର ଟଙ୍କା ଲେଖାଁଏ ସିଧାସଳଖ ପ୍ରଦାନ କରିଛନ୍ତି । ଗଜପତି ଜିଲ୍ଲାପାଳଙ୍କ ଓସୱାନ ସମ୍ମିଳନୀ କକ୍ଷରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା , ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସ୍ୱରାଜ୍ୟ ଶିଶା ଉପସ୍ଥିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଖବରକାଗଜ ହକର ଗଣ ଉପସ୍ଥିତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଗଜପତି ଜିଲ୍ଲାର ୮୪ ଜଣ ଖବର କାଗଜ ହକର ପଞ୍ଜିକୃତ ହୋଇଛନ୍ତି । ସେହି ଖବର କାଗଜ ହକରମାନଙ୍କୁ ମଧ୍ୟରୁ ଜିଲ୍ଲାପାଳ ୨୩ ଜଣଙ୍କୁ ପରିଚୟ ପତ୍ର ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

7 − 2 =