ଗୁମ୍ମା ଘାଟିରେ ସଡକ ଦୁର୍ଘଟଣା;ଟ୍ରକ-ବାଇକ ମୁହାଁମୁହିଁ ଧକ୍କାରେ ୨ବାଇକ ଆରୋହୀ ମୃୃତ

0 151

ରାୟଗଡା: ୩୨୬ନମ୍ବର ଜାତୀୟ ରାଜପଥର ରାୟଗଡା ଥାନା ଅନ୍ତର୍ଗତ କୁମ୍ଭିକୋଟା ଫାଣ୍ଡି ଅଧିନସ୍ତ ଗୁମ୍ମା ଘାଟିରେ ସଡକ ଦୁର୍ଘଟଣାରେ ୨ଜଣ ବାଇକ ଆରୋହୀଙ୍କ ମୃତ ହୋଇଥିବା ବେଳେ ଆଉ ଜଣେ ସାମାନ୍ୟ ଆହାତ ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ କୁମ୍ଭିକୋଟା ଫାଣ୍ଡି ଏସ.ଆଇ.ପିତାମ୍ବର ଶବର,ଏଏସଆଇ ଯଶକେତନ ସାହୁ ଓ ଅନ୍ୟ ଷ୍ଟାଫ ପଂହଚି ଶବକୁ ଉଦ୍ଧାର କରି ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି । ମୃତକ ଦୁଇଜଣଙ୍କ ମଧ୍ୟରୁ ଜଣଙ୍କ ଘର ରାୟଗଡା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ ମଉଳିଗୁଡାର ଶଙ୍କର ମାଝି (୩୮) ଓ ଅନ୍ୟ ଜଣେ କଳାହାଣ୍ଡି ଜିଲ୍ଳାର ତୁର୍ଲାଖମାନ ଗ୍ରାମର ପ୍ରମୋଦ ଭୋଇ ବୋଲି ଜଣାପଡିଛି । ସେହିପରି ବାଇକର ପଛପଟ ବସିଥିବା ତୃତୀୟ ବ୍ୟକ୍ତି ମୃତ ପ୍ରମୋଦଙ୍କ ବଡବାପା ନିରଂଜନ ଭୋଇ ବୋଲି ପରିଚୟ ଜଣାପଡିଛି । ଏ ନେଇ ପୋଲିସ ଠାରୁ ମିଳିଥିବା ସୂଚନା ପ୍ରକାରେ ଗତକାଲି ରାତ୍ରରେ ଏକ ପାଉଡର ବୋଝେଇ ଟ୍ରକଟି ଭାରସାମ୍ୟ ହରାଇ ଗୁମ୍ମା ଘାଟିର ବୁଲାଣିଠାରେ ଓଲଟି ପଡି ରହିଥିଲା । ଫଳରେ ଉକ୍ତ ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ଉପୁଜିବାରୁ ପୋଲିସ ତରଫରୁ ଯାତାୟତ ସ୍ୱାଭାବିକ କରିବା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ଆଜି ଅପରାହ୍ନରେ ଟିକିରିରୁ ଏକ ବାଇକ (ଓଡି୧୮-ଜେ-୪୯୪୨)ଯୋଗେ ତିନି ଜଣ ବସି ଆସୁଥିବା ସମୟରେ ଓଲଟି ପଡିଥିବା ଟ୍ରକ ସ୍ଥାନରୁ ଅତିକ୍ରମ କରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ କାଠ ବୋଝେଇ ଟ୍ରକ(ଓଏସକେ-୦୧୬୩) ସହ ମୁହାମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ କାଠ ବୋଝେଇ ଟ୍ରକ ମଧ୍ୟ ଭାରସାମ୍ୟ ହରାଇ ଓଲଟି ପଡିଥିବା ବେଳେ ବାଇକରେ ବସିଥିବା ୩ଜଣଙ୍କ ମଧ୍ୟରୁ ଘଟଣାସ୍ଥଳରେ ବାଇକ ଚାଳକ ଶଙ୍କର ଓ ମଝିରେ ବସିଥିବା ପ୍ରମୋଦଙ୍କ ମୃତ୍ୟୁ ହୋଇଥିଲା ।

hiranchal ad1
Leave A Reply

Your email address will not be published.

ten + thirteen =