ଜାନୁଆରୀ ପହିଲାରେ ପିଏମ-କିଷାନର ଦଶମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

0 107

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ନବବର୍ଷ (ଜାନୁଆରୀ ୧) ଦିନ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଜରିଆରେ ଯୋଜନାର ୧୦ମ କିସ୍ତିର ଲାଭ କିସ୍ତି ପଠାଇବେ । ଏଥିରେ ୧୦ କୋଟିରୁ ଅଧିକ ଲାଭାର୍ଥି କୃଷକ ପରିବାରଙ୍କୁ ୨୦,୦୦୦ କୋଟିରୁ ଅଧିକ ରାଶିର ହସ୍ତାନ୍ତର କରାହେବ । କୃଷକ ପରିବାରକୁ ବର୍ତ୍ତମାନ ସୁଧା ୧.୬ ଲକ୍ଷ କୋଟି ଟଙ୍କାର ରାଶି କୃଷକମାନଙ୍କୁ ଦିଆ ସରିଲାଣି ।
ବୁଧବାର ଦିନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସୁତ୍ରରୁ କୁହାଯାଇଛି ଯେ ମୁଳ ସ୍ତରରୁ କୃଷକ ମାନଙ୍କୁ ସଶକ୍ତ ଭାବରେ ଗଢିବା ପାଇଁ ନରେନ୍ଦ୍ର ମୋଦୀ ସଂକଳ୍ପ ବଦ୍ଧ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଜାନୁଆରୀ ୧ ତାରିଖ ଦିନ୧୨.୩୦ ରେ ଭିଡିଓ କନଫୋରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୧୦ମ କିସ୍ତିର ଲାଭ କିସ୍ତି ପଠାଇବେ । ଏଥିରେ ୧୦ କୋଟିରୁ ଅଧିକ ଲାଭାର୍ଥୀ ପରିବାରକୁ ୨୦,୦୦୦ କୋଟିରୁ ଅଧିକ ଟଙ୍କା ହସ୍ତାନ୍ତକରଣ କରାଯିବ ।

hiranchal ad1
Leave A Reply

Your email address will not be published.

13 + fourteen =