ଋଣ ନମିଳିବାରୁ ବ୍ୟାଙ୍କରେ ନିଆଁ ଲଗାଇଦେଲେ

0 215

ବାଙ୍ଗାଲୋର : କୌଣସି କାମ ଯଦି ହୋଇ ନପାରିଲା,ଅସନ୍ତୁଷ୍ଟ ହେବା ସ୍ୱାଭାବିକ । ଏମିତି କିଛି ବ୍ୟକ୍ତି ଅଛନ୍ତି,ଚାହୁଁଥିବା କାମ ନହୋଇପାରିଲେ ଚିଡ଼ଚିଡ଼ା ହୋଇଯାଆନ୍ତି । ଘର ଲୋକଙ୍କୁ ଗାଳିମନ୍ଦ କରନ୍ତି । ଆଉ କିଛି ଲୋକ ଜିନିଷପତ୍ର ଫୋପଡ଼ାଫିଙ୍ଗା କରନ୍ତି । କୌଣସି ଅଫିସକୁ କୌଣସି କାମରେ ଯାଇଥିବ,ଆଉ କାମ ଯଦି ନହୋଇପାରିଲା,ତେବେ କର୍ମଚାରୀ ବା ଅଫିସରଙ୍କୁ ଗାଳିଗୁଲଜ କରିବା କିମ୍ବା କେସ୍‌ କରିବା କଥା ମଧ୍ୟ ଆମେ ଜାଣିଛୁ । କିନ୍ତୁ କୌଣସି କାମ ନହେଲା ବୋଲି ନିଆଁ ଲଗାଇଦେବା କଥା କେବେ ଶୁଣିଛନ୍ତି କି?ହଁ,ସେମିତି ଏକ ଘଟଣା ଘଟିଛି କର୍ଣ୍ଣାଟକରେ । ହାଭେରୀ ଜିଲ୍ଲାର କାଗିନେଲି ପୋଲିସ ଷ୍ଟେସନ ଅଞ୍ଚଳର ଜଣେ ବ୍ୟକ୍ତି ଏକ ବ୍ୟାଙ୍କରରେ ଲୋନ ଆବେଦନ କରିଥିଲେ । ସବୁ ଆବଶ୍ୟକ କାଗଜପତ୍ର ଦେଇଥିବାରୁ ଲୋନଟି ହୋଇଯିବ ବୋଲି ତାଙ୍କର ପୂରା ବିଶ୍ୱାସ ଥିଲା । ତେବେ ଅଫିସକୁ ଯାଇ ସେ ଯେତେବେଳେ ଜାଣିଲେ ଯେ ଆବେଦନ ଅଗ୍ରାହ୍ୟ ହୋଇଯାଇଛି,ସେ ନିଆଁବାଣ ହୋଇଗଲେ । ପ୍ରବଳ ଯୁକ୍ତିତର୍କ କଲେ । ପାଟିତୁଣ୍ଡ କଲେ । କ୍ରୋଧ ଏତେ ଉଚ୍ଚରେ ଥିଲା ଯେ ସେ କାହା କଥା କିଛି ଶୁଣିନଥିଲେ । ଶେଷରେ ସେ ସେହି ବ୍ୟାଙ୍କରେ ନିଆଁ ଲଗାଇଦେଇଥିଲେ ଏବଂ ଚାହୁଁଚାହୁଁ ସାରା ଅଫିସ ଭିତର ପୋଡ଼ିଯାଇଥିଲା । ଏବେ ବ୍ୟକ୍ତି ଜଣକ ଗିରଫ ହୋଇ ହାଜତରେ ।

hiranchal ad1
Leave A Reply

Your email address will not be published.

eight + ten =