ପଞ୍ଜାବରେ ୬ ଦିନ ଘୁଞ୍ଚିଲା ନିର୍ବାଚନ

0 55

ନୂଆଦିଲ୍ଲୀ, ୧୭/୧ : ପଞ୍ଜାବରେ ଘୁଞ୍ଚିଲା ବିଧାନସଭା ନିର୍ବାଚନ । ଭାରତର ନିର୍ବାଚନ କମିସନ ନିର୍ବାଚନ ୬ ଦିନ ଘୁଞ୍ଚାଇ ଦେଇଛନ୍ତି । ଆଜି ଏହି ନିଷ୍ପତ୍ତି ନିଆଯାଇଛି । ସନ୍ଥ ରବିଦାସ ଜୟନ୍ତୀ କାରଣରୁ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଘୁଞ୍ଚାଇଛନ୍ତି ନିର୍ବାଚନ କମିଶନ । ଫେୃବୃଆରୀ ୧୪ରୁ ଆରମ୍ଭ ହେବାକୁ ଥିବା ଫେବୃଆରୀ ୨୦ରୁ ହେବାକୁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ । ନିର୍ବାଚନ ଘୁଞ୍ଚାଇବା ବାବଦରେ ବିଭିନ୍ନ ରାଜ୍ୟନୈତିକ ଦଳ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଥିଲେ । ଶେଷରେ କେନ୍ଦ୍ର ନିର୍ବାଚନ ଆୟୋଗ ରାଜନୈତିକ ଦଳର ଅନୁରୋଧକୁ ସ୍ୱୀକାର କରି ଏହି ନିଷ୍ପତ୍ତି ନେଇଛନ୍ତି । ସୋମବାର ନିର୍ବାଚନ ଘୁଞ୍ଚାଇବା ନେଇ ଜରୁରୀ ବୈଠକ ବସିଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନୀ, ବିଜେପି ଓ ପଞ୍ଚାବ ଲୋକ ଦଳର ଅନୁରୋଧ ଉପରେ ଆଲୋଚନା କରାଯାଇ ଶେଷରେ କମିଶନ ତାରିଖ ବଦଳାଇଥିଲେ ।

hiranchal ad1
Leave A Reply

Your email address will not be published.

two + 9 =