ବୌଦ୍ଧଗଡ ଏନଏସି ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୪୫ଟି ଇଭିଏମ ଚେକିଂ

0 137

ବୌଦ୍ଧ,୧୭/୧- ବୌଦ୍ଧ ଏନଏସି ନିର୍ବାଚନ ପାଇଁ ଆଜି ସ୍ଥାନୀୟ ଟାଉନହଲ ଠାରେ ରାଜ୍ୟ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକ୍ରମେ ପ୍ରଥମ ପର୍ଯ୍ୟାୟ ଇଭିଏମ ଚେକିଂ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ଗଣମାଧ୍ୟମ ଓ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଆଜି ପ୍ରଥମ ପର୍ଯ୍ୟାୟରେ ୪୫ଟି ଇଭିଏମ ମେସିନ ଚେକିଂ କରାଯାଇଥିଲା । କରୋନା କଟକଣାକୁ ଦୃଷ୍ଟିରେ ରଖି କୋଭିଡ ଗାଇଡଲାଇନକୁ ପାଳନକରି ଏହି କାର୍ଯ୍ୟକ୍ରମ କରାଯାଇଥିଲା । ହାଇଦ୍ରାବାଦରୁ ବୌଦ୍ଧଜିଲ୍ଲାକୁ ଇଭିଏମ ମେସିନ ଯୋଗାଇଥିବା କଂପାନୀ ତରଫରୁ ଇଞ୍ଜିନିଅର ସାଇପ୍ରଦ ସାହୁ ଓ ନେହୁଲ ପୋରୱାଲ ଏହି ଇଭିଏମକୁ ଚେକିଂ କରିଥିଲେ । ବୌଦ୍ଧ ଏନଏସିର ନିର୍ବାଚନ ଅଫିସର ତଥା ବୌଦ୍ଧ ତହସିଲଦାର ଅବିନାଶ ପାଣ୍ଡିଆ, ଏନଏସି ନିର୍ବାହୀ ଅଧିକାରୀ ଇଂ. ମନୋରଞ୍ଜନ ପଣ୍ଡାଙ୍କ ସମେତ ଏନଏସିର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

eight + fifteen =