ବଲାସିଙ୍ଗା ମହୁଳମୂଳ ଆଶ୍ରମରେ ସ୍ୱର୍ଗତ କିଶୋର ମହାନ୍ତିଙ୍କ ସ୍ମୃତିସଭା

0 155

ବୌଦ୍ଧ,୧୭/୧- ବୌଦ୍ଧ ସଦର ବ୍ଲକ ବଲାସିଙ୍ଗା ମହୁଳମୂଳ ମହିମା ଆଶ୍ରମରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପୂର୍ବତନ ଅଧକ୍ଷ ସ୍ୱର୍ଗତ କିଶୋର ମହାନ୍ତିଙ୍କ ଅକାଳ ବିୟୋଗରେ ମହିମା ବିକାଶ ପରିଷଦ ବଲାସିଙ୍ଗା ତରଫରୁ ଏକ ସ୍ମୃତିସଭା ଆୟୋଜନ ହୋଇଥିଲା । ପରିଷଦର ସଭାପତି ବିଭୁତି ଭୂଷଣ ପ୍ରଧାନଙ୍କ ସଭାପତିତ୍ୱରେ ସମ୍ପାଦକ ସାଧୁ କୁଳଧର ଦାସ, ମଠ ତତ୍ତ୍ୱାବଧାରକ ସାଧୁ କୃଷ୍ଣଚନ୍ଦ୍ର ଦାସ ଫୋଟଚିତ୍ରରେ ପୁଷ୍ପମାଲ୍ୟ, ଧୂପ ଅର୍ପଣପରେ ସ୍ମୃତି ଚାରଣ କରିଥିଲେ । ଅମର ଆତ୍ମାର ସଦଗତି ନିମନ୍ତେ ମହିମା ଭଜନ ଗାନ ପରେ ସାଧୁ କୁଳଧର ଦାସ, ସାଧୁ କୃଷ୍ଣ ଚନ୍ଦ୍ର ଦାସ, ପୂର୍ବ ସମିତିସଭ୍ୟ ପ୍ରଭାତ ଚନ୍ଦ୍ର ପ୍ରଧାନ, ପୂର୍ବ ସରପଞ୍ଚ ସଦାନନ୍ଦ ପ୍ରଧାନ ଓ ପ୍ରଫୁଲ୍ଲ କୁମାର ପାଢୀ, ସାମାଜିକକର୍ମୀ ବିଶିକେସନ ପ୍ରଧାନ, ଶିକ୍ଷକ ଶମ୍ଭୁ ଗିରି, ବରିଷ୍ଠ ସଦସ୍ୟ ସଦାନନ୍ଦ ମହାକୁଡ଼ ସ୍ମୃତି ଚାରଣ କରିଥିଲେ । ସ୍ୱର୍ଗତ ମହାନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧକ୍ଷ ଥିବାବେଳେ ମହିମା ଆଶ୍ରମର ବିକାଶ ନିମନ୍ତେ ଅକୁଣ୍ଠଚିତ୍ତରେ ପାନୀୟ ଜଳ, ଆଲୋକୀକରଣ ଧୁନୀ ମଣ୍ଡପ, ମହିମା ବିକାଶ ପରିଷଦ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ଅନୁଦାନ ପ୍ରଦାନ କରିଥିଲେ ଓ ଆଶ୍ରମକୁ ପରିଦର୍ଶନରେ ଆସିଥିଲେ ।

hiranchal ad1
Leave A Reply

Your email address will not be published.

15 + fourteen =