ପରଲୋକରେ ପଣ୍ଡିତ ବିରଜୁ ମହାରାଜ

0 53

ମୁମ୍ବାଇ: ବିଶିଷ୍ଟ କଥକ ନୃତ୍ୟଶିଳ୍ପୀ ବିର୍‌ଜୁ ମହାରାଜଙ୍କର ହୃତଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହେଇଥିଲା । ତାଙ୍କର ପ୍ରକୃତ ନାମ ବ୍ରଜମୋହନ ମିଶ୍ର । ବିର୍‌ଜୁ ମହାରାଜ୧୯୩୮ ମସିହା ଫେବ୍ରୁଆରୀ ୪ ତାରିଖରେ ଲକ୍ଷେ୍ନøରେ ଜନ୍ମ ଗ୍ରହଣ କରିଥିଲେ । କଥକ ନୃତ୍ୟ ପାଇଁ ବିର୍‌ଜୁଙ୍କୁ ୧୯୮୩ ମସିହାରେ ପଦ୍ମ ବିଭୂଷଣ ସମ୍ମାନ ମିଳିଥିଲା । ସେ ଅନେକ ବଲିଉଡ୍‌ ଫିଲ୍ମରେ କୋରିଓଗ୍ରାଫି କରିଥିଲେ । ଉମରାଓ ଜାନ, ଦେଢ ଇଶକିଆ ଓ ବାଜିରାଓ ମସ୍ତାନୀଙ୍କ ସମେତ ଅନେକ ବଲିଉଡ ଚଳଚ୍ଚିତ୍ରରେ ସେ କୋରିଓଗ୍ରାଫି କରିଥିଲେ । ତାଙ୍କୁ ପଦ୍ମ ବିଭୂଷଣ ସମ୍ମାନ ବାଦ୍‌ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଓ କାଳୀଦାଶ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଥିଲା । ୨୦୧୨ ମସିହାରେ ‘ବିଶ୍ୱରୁପମ୍‌’ ଫିଲ୍ମର କୋରିଓଗ୍ରାଫି ପାଇଁ ବିର୍‌ଜୁଙ୍କୁ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସେ ଏକାଧାରରେ ଗୁରୁ, ନୃତ୍ୟଶିଳ୍ପୀ,କୋରିଓଗ୍ରାଫର୍‌,ଗାୟକ ଓ ସଂଗୀତକାର ଥିଲେ । ବିର୍‌ଜୁ ମହାରାଜ ତବଲା ବଜାଇବାକୁ ଭଲ ପାଉଥିଲେ । ଏହାସହ କବିତା ଲେଖିବା ଓ ଚିତ୍ର ଆଙ୍କିବାକୁ ମଧ୍ୟ ଭଲ ପାଉଥିଲେ । ବିର୍‌ଜୁ ମହାରାଜଙ୍କୁ ଲୋକେ ଶ୍ରଦ୍ଧାର ସହିତ ପଣ୍ଡିତ ଜୀ ଓ ମହାରାଜ ଜୀ ମଧ୍ୟ କହୁଥିଲେ । ପରିବାର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ବିର୍‌ଜୁ ମହାରାଜ ଗତକାଲି ରାତି ପ୍ରାୟ ୧୨ଟା ପର୍ଯ୍ୟନ୍ତ ନିଜ ନାତି ସହ ଅନ୍ତାକ୍ଷରୀ ଖେଳୁଥିଲେ । ଏହି ସମୟରେ ସେ ହଠାତ୍‌ ବେହୋସ ହୋଇଗଲେ । ପରିବାର ପକ୍ଷରୁ ତାଙ୍କୁ ଦିଲ୍ଲୀର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

hiranchal ad1
Leave A Reply

Your email address will not be published.

fifteen − 4 =