ଟିକା ନେବା ବାଧ୍ୟତାମୂଳକ ନୁହେଁ

0 101

ନୂଆଦିଲ୍ଲୀ: କୋଭିଡ ଟିକା ନେବା ବାଧ୍ୟତାମୂଳକ ନୁହେଁ । କାହା ଇଚ୍ଛା ବିରୋଧରେ ଟିକା ଦିଆଯାଇପାରିବ ନାହିଁ । କେନ୍ଦ୍ର ସରକାର ପୁନର୍ବାର ଏହା ସ୍ପଷ୍ଟ କରିଦେଇଛନ୍ତି । ସୁପ୍ରିମକୋର୍ଟରେ ଦାଖଲ କରିଥିବା ଏକ ସତ୍ୟପାଠରେ ସରକାର ଏହା ଜଣାଇଦେଇଛନ୍ତି । ବ୍ୟାପକ ଜନସ୍ୱାର୍ଥ୍ୟ ଦୃଷ୍ଟିରୁ କୋଭିଡ୍‌ ଟିକା ନେବା ଜରୁରୀ ରହିଛି ବୋଲି କେନ୍ଦ୍ର ସରକାର କହିଛନ୍ତି । ସଂକ୍ରମଣକୁ ରୋକିବା ପାଇଁ ଟିକାର ବେଶ ଗୁରୁତ୍ୱ ରହିଛି । ତେଣୁ ଟିକା ନେବା ପାଇଁ ସରକାର ବିଭିନ୍ନ ଫୋରମରେ ପରାମର୍ଶ ଦେବା ସହ ଗଣମାଧ୍ୟମରେ ବିଜ୍ଞାପନ ଦେଇ ସଚେତନ କରୁଛନ୍ତି । ଟିକାକରଣକୁ ନେଇ ସୁପ୍ରିମକୋର୍ଟରେ ଏକ ପିଆଇଏଲ ଫାଇଲ କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ କୋଭିଡ୍‌ ଟିକା ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଥିବାରୁ ଭିନ୍ନକ୍ଷମମାନଙ୍କୁ ହଇରାଣ ହେବାକୁ ପଡୁଛି । ତେବେ ଜବାବରେ ଟିକା ନେବା ବାଧ୍ୟତାମୂଳକ ନୁହଁ । ଏମିତିକି କାହା ଇଚ୍ଛା ବିରୋଧରେ ଟିକା ଦିଆଯାଇପାରିବ ନାହିଁ ବୋଲି କେନ୍ଦ୍ର କହିଛି । କିନ୍ତୁ ସଂକ୍ରମଣକୁ ଦୃଷ୍ଟିରେ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି ବୋଲି କୁହାଯାଛି । ଇଭାରା ସଙ୍ଗଠନ ପକ୍ଷରୁ ଉକ୍ତ ପିଆଏଲ ଫାଇଲ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

twenty − 11 =