ଆଉ ନାହାନ୍ତି ପଦ୍ମଶ୍ରୀ ଶାନ୍ତି ଦେବୀ

0 50

ଭୁବନେଶ୍ୱର : ରାଜ୍ୟରେ ଭୂଦାନ ଆନ୍ଦୋଳନରେ ଉତ୍ସର୍ଗୀକୃତ କାର୍ଯ୍ୟକରି ବେଶ୍‌ ପରିଚିତ ଓ ଲୋକପ୍ରିୟ ହୋଇପାରିଥିବା ପଦ୍ମଶ୍ରୀ ଶାନ୍ତି ଦେବୀ ଆଉ ଆମ ଗହଣରେ ନାହାନ୍ତି । ଗତକାଲି(ରବିବାର) ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ରାୟଗଡ଼ା ଜିଲ୍ଲାର ଗୁଣୁପୁର ସ୍ଥିତ ବାସଭବନରେ ଗତକାଲି ବିଳମ୍ବିତ ରାତିରେ ସେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହା ପରେ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ । ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ୧୯୩୮ ମସିହାରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ଶାନ୍ତିଦେବୀ ମାତ୍ର ୧୭ ବର୍ଷ ବୟସରୁ ଆଚାର୍ଯ୍ୟ ବିନୋବା ଭାବେଙ୍କ ପ୍ରେରଣାରେ ସମାଜସେବୀ ଓ ଭୂଦାନ ଆନ୍ଦୋଳନରେ ଯୋଗ ଦେଇଥିଲେ । ସେ ଗୁଣୁପୁର ଅଞ୍ଚଳକୁ ଆସି ସମାଜସେବା ଓ ଭୂଦାନ ଆନ୍ଦୋଳନ ଜାରି ରଖିଥିଲେ । ତାଙ୍କ ନିଃସ୍ୱାର୍ଥପର ସେବା ପାଇଁ ତାଙ୍କୁ ଗତବର୍ଷ ପଦ୍ମଶ୍ରୀ‘ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସେ ସମ୍ମାନଜନକ ଜମୁନାଲାଲ ବଜାଜ୍‌ ପୁରସ୍କାର ମଧ୍ୟ ପାଇଥିଲେ । ଶାନ୍ତିଦେବୀଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନ ବୈଷ୍ଣବ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ ଆହୁରି ବହୁ ବ୍ୟକ୍ତି ଦୁଃଖ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

six + seven =