ମିଠା କିଲୋ ୧୬ ହଜାର : ଗୋଟିଏ ପିସ୍‌ର ମୂଲ୍ୟ ୮୦୦ ଟଙ୍କା

0 87

ନୂଆଦିଲ୍ଲୀ : ମଣିଷର ଅନ୍ୟ ଏକ ଲୋଭନୀୟ ଖାଦ୍ୟ ହେଉଛି ମିଠା । ଜଣେ ଜଣେ ଲୋକଙ୍କର ମିଠା ପ୍ରତି ଏତେ ଦୁର୍ବଳତା ଥାଏ ଯେ ସେମାନେ ଭାତରୁଟି ଖାଇବା ବି ଭୁଲି ଯାଆନ୍ତି । ବଜାରରେ ବିଭିନ୍ନ ପ୍ରକାରର ମିଠା ବିକ୍ରି ହେଉଛି । ମିଠା ଅନୁସାରେ ତାହାର ଦର ନିର୍ଦ୍ଧାରିତ ହୋଇଥାଏ । କାହାର ଦାମ କିଲୋ ପ୍ରତି ହଜାରେ ତ ଆଉ କାହାର ଅଢେଇ ହଜାର । ୟା ଠାରୁ ଅଧିକ ଦାମବାଲା ମିଠା ମଧ୍ୟ ଅଛି । କିନ୍ତୁ ଏମିତି ଏକ ମିଠା ଅଛି,କିଲୋ ୧୬ ହଜାର ଟଙ୍କା । ଶୁଣିଲେ ହଠାତ ବିଶ୍ୱାସ ହେବନି । କିନ୍ତୁ ଏବେ ରାଜଧାନୀ ଦିଲ୍ଲୀରେ ଏହି ମୂଲ୍ୟର ମିଠା ବିକ୍ରି ହେଉଛି ଏବଂ ଏହାର ଚାହିଦା ମଧ୍ୟ କାହିଁରେ କଅଣ । ଏହି ମିଠାର ନାମ ଗୋଲ୍ଡ ପ୍ଲେଟେଡ ମିଠା । ଏହାକୁ ଆପଣ ଦେଖିଲେ ଦ୍ୱନ୍ଦ୍ୱରେ ନିଶ୍ଚୟ ପଡ଼ିବେ । କାରଣ ଏହାର ଚେହେରା ସେହିଭଳି । ଏହାକୁ ଦେକିଲେ ଆପଣ କହିବେ- ଏହା ମିଠା ନା ସୁନା । ଦିଲ୍ଲୀର ମୌଜପୁରର ଶଗୁନ ସୁଇଟ୍ସ ନାମକ ଏକ ବିରାଟ ଦୋକାନ ଏଭଳି ମିଠା ତିଆରି କରୁଛି । ଏହାର ମାଲିକ ମୁକେଶ ବଂଶଲ କହନ୍ତି,ଆେମେ ଏଭଳି ମିଠା ସଂପର୍କରେ କେବେ ବି ଜାଣି ନଥିଲୁ । କିଛି ଲୋକ ଆମକୁ ଏଭଳି ମିଠା ସଂପର୍କରେ କହିଲେ । ତେବେ ଏଭଳି ମିଠା ଚାଲିବ କି ନାହିଁ,ସେନେଇ ଦ୍ୱନ୍ଦ୍ୱରେ ପଡ଼ିଥିଲୁ । ତଥାପି ସାହସ ବାନ୍ଧି ଆରମ୍ଭ କଲୁ ମିଠା ତିଆରି । ଗୋଟିଏ ଏହି କାମ ସରିଗଲା । ମିଠାରେ ରହିଛି କାଜୁ,ପିସ୍ତା,ବାଦାମ,କେଶର ଓ ଆହୁରି କେତେ କଅଣ ଉପାଦାନ । ମିଠା ତିଆରି ସରିଗଲା ପରେ ଶେଷରେ ଏହା ଉପରେ ସୁନାର ଏକ ଆସ୍ତରଣ ଦିଆଯାଏ । ଯାହା ଏହି ସୁନାକୁ ଆହୁରି ଆକର୍ଷଣୀୟ କରିଥାଏ । ଯେଉଁ ବଂଶଲ ଦିନେ ଏହି ଖାସ୍‌ ଧରଣର ସୁସ୍ୱାଦୁ ମିଠା କରିବାକୁ ଡରୁଥିଲେ,ସେ ଏବେ ଯୋଗାଇ ପାରୁନାହାନ୍ତି । ଏକ କିଲୋରେ ରହୁଛି କୋଡ଼ିଏ ଖଣ୍ଡ ମିଠା । ଗୋଟିଏ ପିସ୍‌ର ମୂଲ୍ୟ ୮୦୦ ଟଙ୍କର ।

hiranchal ad1
Leave A Reply

Your email address will not be published.

2 × 5 =