ଭୂକମ୍ପରେ ୧୨ରୁ ଅଧିକ ମୃତ

0 87

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଆଜି ହୋଇଛି ଏକ ବଡ଼ ଧରଣର ଭୂମିକମ୍ପ । ଆଫଗାନିସ୍ତାନର ପଶ୍ଚିମ ପ୍ରାନ୍ତ ବାଡଘିସରେ ହୋଇଥିବା ଭୂମିକମ୍ପରେ ଅତି କମରେ ୧୨ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏହାସହ ଆହୁରି ଅନେକ ଲୋକେ ଆହତ ହୋଇଥିବା ଜଣାପଡିଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୬ ରେକର୍ଡ କରାଯାଇଛି । ସ୍ଥାନୀୟ ଅଧିକାରୀ ଏହି ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ଅପରାହ୍ଣ ସମୟରେ ଆଫଗାନିସ୍ତାନର ବାଡଘିସରେ ଭୂମିକମ୍ପର ଝଟକା ଅନୁଭବ ହୋଇଥିଲା । ଭୂମିକମ୍ପର ତୀବ୍ର ଝଟକାରେ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି । ମୃତାହତଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି । ଏହା ପୂର୍ବରୁ ଶୁକ୍ରବାର ରାତିରେ ଆଫଗାନିସ୍ତାନର ଫେଜାବାଦ ନିକଟରେ ଭୂମିକମ୍ପର ତୀବ୍ର ଝଟକା ଅନୁଭବ ହୋଇଥିଲା । ତେବେ ଏଥିରେ ସମୟରେ କୌଣସି ଧନ ଜୀବନର କ୍ଷୟକ୍ଷତି ହୋଇ ନଥିଲା । ରେକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ରେକର୍ଡ କରାଯାଇଥିଲା । ଶୁକ୍ରବାର ହୋଇଥିବା ଭୂମିକମ୍ପର କେନ୍ଦ୍ର ଆଫଗାନିସ୍ତାନର ଫେଜାବାଦଠାରୁ ୧୧୭ କିଲୋମିଟର ଦୂର ଦକ୍ଷିଣପୂର୍ବରେ ଥିଲା ।

hiranchal ad1
Leave A Reply

Your email address will not be published.

five × three =