ପ୍ରିୟଙ୍କାଙ୍କ ଝିଆରୀ ହେଲେ ମେକଅପ୍ ଆର୍ଟିଷ୍ଟ, ପିସିଙ୍କୁ ଦେଲେ ରାଜକୁମାରୀ ଲୁକ୍‌

0 125

କରୋନା ଭାଇରସ କାରଣରୁ ବହୁତ ଗୁଡିଏ ଇଣ୍ଟରନ୍ୟାସନାଲ କାର୍ଯ୍ୟକ୍ରମ ବାତିଲ ହୋଇଛି । ଏହି କାର୍ଯ୍ୟକ୍ରମ ଭିତରେ ମେଟ ଗାଲା ଇଭେଣ୍ଟ ମଧ୍ୟ ଅନ୍ୟତମ । ଯଦି ବିଶ୍ୱରେ କରୋନା ଭାଇରାସ ମହାମାରୀ ପରିସ୍ଥିତି ଉପୁଜିନଥାନ୍ତା ତେବେ ମଇ ୪ ତାରିଖ ଦିନ ଏହି ଇଭେଣ୍ଟ ଆୟୋଜିତ ହୋଇଥାନ୍ତା । ଏହି ମେଟ ଗାଲା ଇଭେଣ୍ଟରେ ପ୍ରିୟଙ୍କା ଚୋପ୍ରା ମଧ୍ୟ ବହୁଥର ସାମିଲ ହୋଇ ନିଜର ଜଲୱା ଦେଖାଇଛନ୍ତି ।

hiring

ପିସି ନିଜର ଇଷ୍ଟାଗ୍ରାମରେ ଝିଆରୀ କୃଷ୍ଣାଙ୍କ ସହ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ କୃଷ୍ଣା ପ୍ରିୟଙ୍କାଙ୍କ ମେକଅପ୍ କରୁଛନ୍ତି । ଏଥିରେ ପ୍ରିୟଙ୍କା କ୍ରାଉନ ପିନ୍ଧିଥିବା ନଜର ଆସୁଛନ୍ତି । ଫଟରୋ କୃଷ୍ଣା ପ୍ରିୟଙ୍କା ଲିପଷ୍ଟିକ୍‌, ଆଇଲାଇନର ଲଗାଉଛନ୍ତି । ପିସି ଏହି ଲୁକରେ ଖୁବ୍ ଷ୍ଟାଇଲିସ୍ ଦେଖାଉଛନ୍ତି । ଫଟୋ ସେୟାର କରି ପିସି କ୍ୟାପସନରେ ଉଲ୍ଲେଖ କରିଛନ୍ତି ଯେ, ମଇର ପ୍ରଥମ ସୋମବାର । ଏହି ବର୍ଷର ବିଷୟ-ସୁନ୍ଦର ରାଜକୁମାରୀ । ପ୍ରିୟଙ୍କା ଏହି ଫଟୋକୁ ସମର୍ଥକମାନେ ଖୁବ୍ ପସନ୍ଦ କରିଛନ୍ତି ।

hiranchal ad1
Leave A Reply

Your email address will not be published.

fourteen − eight =