ବଢୁଛି ତାତି, ପାଣି ପାଇଁ ଡହଳବିକଳ

0 174

ବୌଦ୍ଧ: ବୌଦ୍ଧବ୍ଲକ କସୁରବନ୍ଧ ଗ୍ରାମ ପଞ୍ଚାୟତର ସଦରମହକୁମା କସୁରବନ୍ଧ ଗ୍ରାମରେ ଜଳସଙ୍କଟ ଦେଖାଦେଇଛି । ପ୍ରବଳଖରାରେ ଜଳସ୍ତର ହ୍ରାସ ପାଉଥିବାରୁ ଗ୍ରାମରେ ଥିବା ଏକମାତ୍ର ନଳକୂଅରୁ ପାଣି ମଧ୍ୟ ବାହାରୁନାହିଁ । ରୋଷେଇ କରିବା ଓ ପିଇବାପାଣି ସଂଗ୍ରହ କରିବାକୁ ଲୋକେ ହଇରାଣ ହେଉଛନ୍ତି । ପ୍ରାୟ ୨ମାସ ହେବ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନର କୌଣସି ଦୃଷ୍ଟି ପଡୁନାହିଁ । ଯେତେ ଜୋରରେ ନଳକୂଅ ହ୍ୟାଣ୍ଡେଲ ମାରିଲେ ମଧ୍ୟ ଅତି ଧୀରେଧୀରେ ପାଣି ବାହାରୁଛି ଓ କିଛି ସମୟ ପରେ ନଳକୂଅରୁ ଗୋଳିଆ ପାଣି ଆସୁଥିବାରୁ ତାହା ବ୍ୟବହାର ଉପଯୋଗୀ ହୋଇପାରୁନଥିବାରୁ ଗ୍ରାମରେ ଜଳାଭାବ ଦେଖାଦେଇଛି ।
ନଳକୂଅକୁ ତୁରନ୍ତ ମରାମତି ଦିଗରେ ଗ୍ରାମପଞ୍ଚାୟତ ଓ ଜଳ ପରିମଳ ବିଭାଗ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

one × 5 =