ସୀମା ସିଲ୍ ସମାଧାନ ନୁହେଁ, ଆଭ୍ୟନ୍ତରୀଣ ସ୍ଥିତି ସୁଧାରିବାକୁ ଦାବି

0 576

ବୌଦ୍ଧ : ବାହାର ରାଜ୍ୟରୁ ଆସୁଥିବା ଶ୍ରମିକମାନେ ଅବାଧରେ ଜିଲ୍ଲା ମଧ୍ୟରେ ହରକତ କରୁଥିବା ସଂପର୍କୀତ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବାପରେ ପ୍ରଶାସନ ଚେତିଛି । ଜିଲ୍ଲାକୁ ଥିବା ପ୍ରବେଶପଥ ମାନଙ୍କରେ ପୋଲିସ ଚେକପୋଷ୍ଟ ସ୍ଥାପନକରି ବାହାରୁ ଆସୁଥିବା ଲୋକମାନଙ୍କ ଉପରେ ନଜର ରଖିବା ଗତକାଲି ଠାରୁ ଆରମ୍ଭ କରିଛି । ହେଲେ ଜିଲ୍ଲାର ଆଭ୍ୟନ୍ତରୀଣ ବ୍ୟବସ୍ଥାରେ ଏବେବି ଢିଲା ରହିଥିବା ଅଭିଯୋଗ ହୁଏ । ସଙ୍ଗରୋଧ ଶିବିର ଗୁଡିକର ପରିଚାଳନା, ସୁରକ୍ଷା ଓ ଆନୁଷଙ୍ଗିକ ଭିତ୍ତିଭୂମି ପୁରା ଦୁର୍ବଳ । ଯୋଗାଯୋଗ ବ୍ୟବସ୍ଥାରେ ମଧ୍ୟ ଅନେକ ଫାଙ୍କ ରହିଯାଉଛି ।
ଗତକାଲି ବାହାର ଜିଲ୍ଲାରୁ ୨ଜଣ ଯୁବକ କୌଣସି ମାଲ ପରିବହନ ଗାଡିରେ ବୌଦ୍ଧ ବ୍ରିଜଛକ ଯାଏଁ ଆସି ସେଠାରୁ ଚାଲିଚାଲି ମନମୁଣ୍ଡା ଥାନା ବାନ୍ଧନଝୁଲି ଓ ଦମାମୁଣ୍ଡା ଗ୍ରାମକୁ ଯାଇଥିଲେ । ସେମାନେ ସ୍ୱତଃପ୍ରବୃତ୍ତ ଭାବେ ନିଜନିଜ ପଞ୍ଚାୟତର କ୍ୱାରେଣ୍ଟାଇନ ଶିବିରରେ ରହିବାକୁ ସରପଞ୍ଚ ମାନଙ୍କୁ ଜଣାଇଥିଲେ । ଦମାମୁଣ୍ଡାର ଯୁବକ ଜଣକ ଖଟଖଟିଆ କେନ୍ଦ୍ରରେ ରହିଥିବାବେଳେ ବାନ୍ଧନଝୁଲି ଯୁବକଙ୍କୁ ଯୋଗିନ୍ଦ୍ରପୁର ସରପଞ୍ଚ କ୍ୱାରେଣ୍ଟାଇନରେ ରଖିବାକୁ ମନାକରିଥିଲେ । କାହାକୁ ନଜଣାଇ ଯାଅ ତୁମ ଘରେ ରହିଯାଅ ବୋଲି ପରାମର୍ଶ ଦେଇଥିଲେ ।

hiring


ସେହିପରି ଗତକାଲି ମନମୁଣ୍ଡା ସଙ୍ଗରୋଧ କେନ୍ଦ୍ରରେ ଅଭାବନୀୟ ଘଟଣା ଘଟିଥିଲା । ସଙ୍ଗରୋଧ କେନ୍ଦ୍ର ମଧ୍ୟରେ ଏକ ନାଗସାପ ବାହାରିବା ଫଳରେ ଅନ୍ତେବାସୀମାନେ ଭୟଭୀତ ହୋଇ କିଏ ଖଟଉପରେ ଚଢିଗଲା ତ କିଏ ଇତସ୍ତତଃ ଦୌଡିବା ଆରମ୍ଭ କରିଥିଲେ । ପରେ ସାପ ଧରାଳିଙ୍କୁ ଡାକି ସାପକୁ କାବୁ କରାଯାଇଥିଲା ।
ବାହାର ଅଞ୍ଚଳରୁ ଆସୁଥିବା ବୌଦ୍ଧଜିଲ୍ଲାର ଲୋକଙ୍କୁ କିଭଳି ସୁର କ୍ଷିତ ଭାବରେ ନିଜନିଜ ଅଞ୍ଚଳର ସଙ୍ଗରୋଧ କେନ୍ଦ୍ରମାନଙ୍କୁ ପହଞ୍ଚାଇବାର ବ୍ୟବସ୍ଥା କରାଯିବ ସେ ସଂପର୍କରେ ପ୍ରଶାସନର କୌଣସି ଠୋସ୍ ଯୋଜନା ନାହିଁ । ଯିଏ ଯେଉଁଠି ଚାହିଁଲା ଓହ୍ଲାଇଲା ଓ ଯେଉଁଠିକୁ ଯିବାକୁ ଚାହିଁଲା ଗଲା । ଏ ସଂପର୍କରେ ଏକ ବିଧିବଦ୍ଧ ଯୋଜନା ତିଆରି କରି ପ୍ରଶାସନ ସେହି ମାର୍ଗରେ କାର୍ଯ୍ୟକଲେ ଆଭ୍ୟନ୍ତରୀଣ ସମସ୍ୟାର ସମାଧାନ ହୋଇପାରିବ ବୋଲି ବୁଦ୍ଧିଜୀବି ମହଲରେ ମତପ୍ରକାଶ ପାଉଛି । ପ୍ରଶାସନ ବିନା ଯୋଜନାରେ ଅନ୍ଧାରରେ ବାଡି ବୁଲାଇଲେ ଭବିଷ୍ୟତରେ ବିଷମ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ ।

hiranchal ad1
Leave A Reply

Your email address will not be published.

one × 4 =