କରାମାଡ ଯୋଗୁଁ ଫୁଲଚାଷ କ୍ଷତିଗ୍ରସ୍ତ

0 66

ସମ୍ବଲପୁର: ପାରଂପରିକ ଚାଷର ଏକ ବିଶ୍ୱସନୀୟ ବିକଳ୍ପଭାବେ ବର୍ତ୍ତମାନ ଅନେକ ଚାଷୀ ବିଭିନ୍ନ ଫୁଲଚାଷକୁ ଆପଣେଇଛନ୍ତି ଓ ଏହା ଜନ ଆଦର ପାଉଥିବାରୁ ବେଶ କିଛି ଉପାର୍ଜନ କରୁଛନ୍ତି । ସେମାନଙ୍କ ପାଇଁ କିନ୍ତୁ ଏଥର କାଳବୈଶାଖୀର ତାଣ୍ଡବଲୀଳା ଯୋଗୁଁ କ୍ଷତିର ସମ୍ମୁଖୀନ ହେବା ଆଶଙ୍କା ଦେଖାଦେଇଛି । ବର୍ଷତମାମ ପୂଜାର୍ଚ୍ଚନା ସହିତ ସାମାଜିକ ସମାରୋହରେ ସଜାଇବା ପାଇଁ ଏଠାରେ ଗେଣ୍ଡୁଫୁଲର ବେଶ ଚାହିଦା ରହିଛି । ସେହି ଅନୁରୂପେ ରଜନୀଗନ୍ଧା ଓ ଗୋଲାପ ଫୁଲର ମଧ୍ୟ ଚାହିଦା ରହିଛି । ସ୍ଥାନୀୟ ଚାଷୀଙ୍କ ଏପରି ପ୍ରତେଷ୍ଟା ଫଳରେ ସହରାଞ୍ଚଳରେ ଫୁଲ ବିକାଳି ରୁପେ ଅନେକ ନୂତନ ଉଦ୍ୟମୀ ମଧ୍ୟ ଦେଖାଦେଉଛନ୍ତି । କିନ୍ତୁ ଏବର୍ଷ କାଳବୈଶାଖୀ ଯୋଗୁଁ ଅଦିନିଆ ବର୍ଷା, ବାତ୍ୟା ଓ କରକାପାତ ପରି କିଛି ପ୍ରାକୃତିକ ଦୁର୍ବିପାକ ଫୁଲଚାଷୀ ଓ ଉଦ୍ୟମୀ ଉଭୟଙ୍କୁ କ୍ଷତିଗ୍ରସ୍ତ କରିଛି । ଏ ଅଞ୍ଚଳରେ ଏକ ନୂତନ ଫସଲ ଓ ବ୍ୟବସାୟ ରୁପେ ଏହା ଗଢି ଉଠିଥିବାରୁ ଲୋକଙ୍କ ପାଖରେ ଅପେକ୍ଷିତ ଅନୁଭବ ମଧ୍ୟ ନାହିଁ । ଅନେକ ଚାଷୀ ଶଙ୍କିତ ମନରେ ଏହି ଫସଲ ଆରମ୍ଭ କରିଥିବାରୁ ପାରଂପରିକ ଫସଲପରି ଏହାକୁ ବୀମାଭୁକ୍ତ କରିନାହାନ୍ତି । ଏଣୁ ସେମାନଙ୍କୁ ଏହି କ୍ଷତି ସହିବାକୁ ପଡୁଛି ।

hiranchal ad1
Leave A Reply

Your email address will not be published.

14 − 5 =