କଟକଣାରେ କୋହଳ ପରେ ଜନଗହଳି ବଢିଲା

0 120

ସମ୍ବଲପୁର : ଆଜି ସକାଳୁ ସମ୍ବଲପୁରରେ ଚାରିଆଡେ ଜନଗହଳି ଦେଖି ଲାଗିଲା ସତେଯେମିତି ଏଠାକାର ସ୍ଥିତି ସାମାନ୍ୟ ହୋଇଆସିଲାଣି । ଲକଡାଉନର ତୃତୀୟ ପର୍ଯ୍ୟାୟ ଗତକାଲି ସୋମବାର ଦିନଠାରୁ ଆରମ୍ଭ ହୋଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୋହଳନୀତି ଘୋଷଣା ହୋଇନଥିିିିବାରୁ ଅଧିକାଂଶ ଲୋକ ଦ୍ୱନ୍ଦ୍ୱରେ ଥିଲେ ଅବଶ୍ୟ କିଛି ଲୋକେ ରାଜ୍ୟ ସରକାରଙ୍କ ଘୋଷଣାକୁ ଦେଖି ବାହାରେ ବୁଲିବା ଆରମ୍ଭ କରିଦେଇଥିଲେ । ଗତସନ୍ଧ୍ୟାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶିକା ଜାରିକରିବା ପରେ ଜନସାଧାରଣଙ୍କ ମନରେ କିଛି ଆଶ୍ୱସ୍ତି ଆସିଲା ଓ ସେମାନେ ଘରୁ ବାହାରିପଡିଲେ । ସମ୍ବଲପୁର ଏଯାଏଁ ଗ୍ରୀନଜୋନରେ ରହିଥିବାରୁ ଏଠାରେ ମଦଦୋକାନ ସବୁ ଖୋଲିଯିବ ବୋଲି ଲୋକଙ୍କ ଆଶାଥିଲା କିନ୍ତୁ ଏ ଦିଗରେ ରାଜ୍ୟସରକାର କଡା ଆଭିମୁଖ୍ୟ ରଖି ଏସବୁକୁ ନ ଖୋଲିବାପାଇଁ ନିଷ୍ପତ୍ତି ନେଇଥିବାରୁ କିଛି ଲୋକ ନିରାଶ ମଧ୍ୟ ହୋଇଛନ୍ତି । ପରିବର୍ତ୍ତିତ ନିର୍ଘଣ୍ଟ ଅନୁସାରେ ସକାଳ ବଜାର ମଧ୍ୟାହ୍ନ ୧୨ଟାରୁ ବଢାଇ ୨ଟା ପର୍ଯ୍ୟନ୍ତ ବଢିବା ସହିତ କିରାନା ଓ ଦୁଗ୍ଧ ସାମଗ୍ରୀ ଆଦିପାଇଁ ଦୋକାନ ସନ୍ଧ୍ୟା ୪ଟାରୁ ୭ଟା ପର୍ଯ୍ୟନ୍ତ ଖୋଲାରହିବ । କିନ୍ତୁ ରାତି ୭ଟାରୁ ଆରଦିନ ସକାଳ ୭ଟା ପର୍ଯ୍ୟନ୍ତ ସ୍ଥିତି ସଟଡାଉନ ପରି ରହିବ ଅର୍ଥାତ କେହି ଘରୁ ବାହାରିପାରିବେ ନାହିଁ । କେବଳ ପାସଧାରୀ ବ୍ୟକ୍ତିବିଶେଷ ଓ ଜରୁରୀ ପରିସ୍ଥିତି ପାଇଁ କେହି ଘରୁ ବାହାରକୁ ବାହାରି ପାରିବେ ।

hiranchal ad1
Leave A Reply

Your email address will not be published.

5 × 3 =