ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି ଘୋଷଣା କରିଛନ୍ତି ପଦ୍ମ ପୁରସ୍କାର । ଏଥର ବିଭିନ୍ନ କ୍ଷେତ୍ରର ମୋଟ ୧୨୮ ଜଣ ଖ୍ୟାତନାମା ବ୍ୟକ୍ତି ପାଇବେ ଏହି ସମ୍ମାନ । ସେମାନଙ୍କ ମଧ୍ୟରେ ୪ ଜଣ ପଦ୍ମ ବିଭୂଷଣ,୧୭ ଜଣ ପଦ୍ମଭୂଷଣ ଓ ୧୦୭ ଜଣ ପଦ୍ମ ପୁରସ୍କାର ବିଜେତା ଅଛନ୍ତି । ସେହିପରି,ସେମାନଙ୍କ ମଧ୍ୟରେ ୩୪ ଜଣ ମହିଳା ଥିବା ବେଳେ ୧୩ ଜଣ ମରଣୋତ୍ତର ପୁରସ୍କାର ବିଜେତା ଅଛନ୍ତି । ଏହାଛଡ଼ା ୧୦ ଜଣ ବିଦେଶୀ/ଏନଆରଆଇ/ପିଆଇତ୍ତ୍ୱତ୍ତ୍ୱଓ/ ଓସିଆଇ ଅଛନ୍ତି । ପଦ୍ମ ବିଭୂଷଣ ପାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଦେଶର ପ୍ରଥମ ସିଡିଏସ ବିପିନ ରାୱତ । ତାଙ୍କୁ ମରଣୋତ୍ତରଭାବେ ଏହି ସମ୍ମାନ ଦିଆଯିବ । ସେହିପରି ମହାରାଷ୍ଟ୍ରର ପ୍ରଭା ଆତ୍ରେ,ଉତ୍ତର ପ୍ରଦେଶର ରାଧେଶ୍ୟାମ ଖେମକା ଓ କଲ୍ୟାଣ ସିଂହ ମଧ୍ୟ ପଦ୍ମ ବିଭୂଷଣ ପାଇବେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗୁଲାମନବୀ ଆଜାଜଙ୍କୁ ମିଳିବ ପଦ୍ମ ଭୂଷଣ ସମ୍ମାନ ।