ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଡକ୍ଟର ଗିରିଶ କୁମାର ମହାନ୍ତି

0 189

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା କାର୍ଯ୍ୟାଳୟରେ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଭାବେ ଡକ୍ଟର ଗିରିଶ କୁମାର ମହାନ୍ତି ଦାୟିତ୍ୱ ଗ୍ରହଣ କରି ଥିବାର ଜଣାପଡ଼ିଛି । ଏଥି ପୂର୍ବରୁ ସେ ଭବାନୀପାଟଣା ଠାରେ ଏସ୍‌ଡିଭିଓ ଭାବେ କାର୍ଯ୍ୟରତ ଥିଲେ । ସେ ଦାୟିତ୍ୱ ଗ୍ରହଣ ପରେ ଜିଲ୍ଲା ପଶୁ ସମ୍ପଦର ବିକାଶ ବିଭାଗ ଉନ୍ନତି ପାଇଁ ଚେଷ୍ଟିତ ରହିବି, ଚାଷୀ ମାନଙ୍କର ଉନ୍ନତି ପାଇଁ ଯେ କୌଣସି ଯୋଜନା ସୂଚାରୁ ରୂପେ କାର୍ଯ୍ୟକାରୀ କରିବା ପାଇଁ ଚେଷ୍ଟା କରିବି । ଏତଦବ୍ୟତୀତ ଜିଲ୍ଲାରେ ପଶୁ ରୋଗ ସମ୍ବନ୍ଧୀୟ ସମସ୍ତ ଟିକାକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଜିଲ୍ଲାବାସୀଙ୍କ ସହଯୋଗ କାମନା କରୁଛି ବୋଲି ଗଣମାଧ୍ୟମକୁ କହିଛନ୍ତି । ପ୍ରକାଶଥାଉ କି ଗତ କିଛି ଦିନ ହେଲା କାର୍ଯ୍ୟାଳୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପଦବୀ ଖାଲି ପଡି ରହି ଥିଲା । ଏହାକୁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେଇ ଏହି ପଦବୀଟି ପୂରଣ କରି ଥିବାରୁ ଚାଷୀମାନେ ଓ ଜିଲ୍ଲାବାସୀ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

sixteen + 4 =