ବୌଦ୍ଧ ଜିଲ୍ଲା ସ୍ତରୀୟ +୨କଲେଜ ଅଧ୍ୟକ୍ଷ ମାନଙ୍କ ବୈଠକ

0 145

ବୌଦ୍ଧ : ବୌଦ୍ଧ ଜିଲ୍ଲା ସ୍ତରୀୟ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ମାନଙ୍କ ବୈଠକ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ସମଗ୍ର ଶିକ୍ଷା ସମ୍ମିଳନୀ କକ୍ଷରେ ଜିଲ୍ଲା ଶିକ୍ଷାଅଧିକାରୀ ଡ଼ଃ ଉଦୟନାଥ ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କୋଭିଡର ତୃତୀୟ ଲହର ସକାଶେ ପିଲାମାନଙ୍କ ଶ୍ରେଣୀ ଶିକ୍ଷାଦାନ ବନ୍ଦ ଥିବାରୁ କଲେଜ ଅଧ୍ୟକ୍ଷ ମାନେ ପିଲାମାନଙ୍କର ଶିକ୍ଷଣ ଶିକ୍ଷାଦାନ କାର୍ଯ୍ୟ କିପରି କରୁଛନ୍ତି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମାଝୀ ଅଧ୍ୟକ୍ଷ ମାନଙ୍କ ସହିତ ପଚାରି ବୁଝିଥିଲେ । ଯେଉଁ ପିଲାଙ୍କ ପାଖରେ ସ୍ମାର୍ଟ ଫୋନ ଅଛି ସେମାନଙ୍କ ସହିତ ପାଖ ପିଲାଙ୍କୁ ଯୋଡି ଛୋଟ ଛୋଟ ଗ୍ରୁପ କରିବା, ଆଭାସି ମାଧ୍ୟମରେ, ସଙ୍କାମୋଚନ ଆଧାରରେ ପ୍ରତ୍ୟକ୍ଷ ଶ୍ରେଣୀ ଶିକ୍ଷାଦାନ କୋଭିଡ ନିୟମ ପାଳନ ପୂର୍ବକ କରିବାକୁ ହେବ ଯେପରି ସମସ୍ତ ପିଲା ଶିକ୍ଷଣ ଶିକ୍ଷାଦାନ ସହିତ ଯୋଡିହୋଇ ପାରିବେ ବୋଲି ପରାମର୍ଶ ଦେଇଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର କଲେଜ ଗୁଡିକର ପିଲାସଂଖ୍ୟା, ଆଭାସି ଶିକ୍ଷଦାନ ତଥ୍ୟ ପଚାରି ବୁଝିବା ସହିତ, କଲେଜଗୁଡିକର ଜମିପଟ୍ଟା,୧୫ରୁ ୧୮ବର୍ଷ ପିଲାଙ୍କର କୋଭିଡ ଟିକା ସମ୍ପର୍କରେ ଆଲୋଚନା କରିଥିଲେ । ବାଉଁଶୁଣୀ ମା ମହେଶ୍ୱରୀ କଲେଜ ବାଉଁଶୁଣୀର ଅଧ୍ୟକ୍ଷ ମାନଭଂଜନ ତ୍ରିପାଠୀ, ବୌଦ୍ଧ ପାଞ୍ଚୟତ କଲେଜ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା, ମହିଳା କଲେଜ ବୌଦ୍ଧ ର ରବୀନ୍ଦ୍ରନାଥ ଗୁରୁ, ହରଭଙ୍ଗା ର ପ୍ରିୟନାଥ ଶର୍ମା, ପଲଶାଗୋରାର ବିଶ୍ୱେଶ୍ୱର ପାଣିଗ୍ରାହୀ, କଣ୍ଟାମାଳର ପୌଲସ୍ତି ପ୍ରଧାନ, ଘଣ୍ଟାପଡା ର ରାଜକିଶୋର ଭୋଇ, ଗନ୍ଧରାଢି କଲେଜ ଜହ୍ନାପଙ୍କର ରମାକାନ୍ତ ପଣ୍ଡା, ଶଗଡାର ବିଜୟକୁମାର ନାଏକ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ନିଜ ନିଜର ମତାମତ ଦେଇଥିଲେ । କୋଭିଡ ନିୟମ ପାଳନ କରି ଛୋଟ ଛୋଟ ଦଳ ମାଧ୍ୟମରେ ଶିକ୍ଷଣ କାର୍ଯ୍ୟକ୍ରମ କରାଯାଇ ପାରିବ ବୋଲି ସାମୂହିକ ମତପ୍ରକାଶ ପାଇଥିଲା

hiranchal ad1
Leave A Reply

Your email address will not be published.

2 × four =