ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ

0 94

ଦଶପଲ୍ଲା : – ପୂଜ୍ୟ ପୂଜା ସମିତି ମଧ୍ୟ ଖଣ୍ଡ ପକ୍ଷରୁ ଗାନ୍ଧିଜୀଙ୍କ ମହାପ୍ରୟାଣ ଦିବସ ପାଳିତ ହୋଇଯାଇଛି । ମଧ୍ୟଖଣ୍ଡ ହାଇ ସ୍କୁଲ ପ୍ରାଙ୍ଗଣରେ ପୂଜ୍ୟପୂଜା ସଂସଦର ସଭାପତି ଆଦେଇତ ପ୍ରସାଦ ଦାସଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇ ଯାଇଛି । ପ୍ରାରମ୍ଭରେ ଗାନ୍ଧିଜୀଙ୍କ ଫଟୋ ଚିତ୍ରରେ ପୁଷ୍ପ ମଲ୍ୟ ଦେଲା ପରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଆଇନଜୀବୀ ଶରତ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗାନ୍ଧିଜୀଙ୍କ ଜିବନାଦର୍ସ୍‌ ତଥା ଗାନ୍ଧୀ ବିଚାରଧାରା ସମ୍ପର୍କରେ ଆଲୋଚନା କରିବା ସହିତ ତା ଉପରେ ଚାଲିଥିବା ଆକ୍ରମଣ ବିରୁଦ୍ଧରେ ଦେଶବାସୀ ଏକଜୁଟ ହେବାପାଇଁ ଆହ୍ୱାନ ଦେଇଥିଲେ ।ଏହାସହିତ ଭାରତ ଛାଡ ଆନ୍ଦୋଳନରେ ମଧ୍ୟ ଖଣ୍ଡ ଗ୍ରାମର ସଂଗ୍ରାମୀମାନଙ୍କ ଯୋଗଦାନ ଉପରେ ଆଲୋକପାତ କରିଥିଲେ । ଏହି ସଭାରେ ଅନ୍ୟମାନଙ୍କ ଭିତରେ ସରପଞ୍ଚ ଗଣେଶ୍ୱର ନାୟକ, ସମିତିର ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ସାହୁ, ସଭ୍ୟ ପ୍ରସନ୍ନ ମହାରଣା, ବୈଷ୍ଣବ ପ୍ରଧାନ ଓ ଶିକ୍ଷକ ସରୋଜ କୁମାର ସାହୁ ପ୍ରଭୃତି ଆଲୋଚନା କରିଥିଲେ । ପ୍ରକାଶ ଥାଉକି କୋଭିଡ କଟକଣା ଯୋଗୁଁ ଏବର୍ଷ ନିରାଡମ୍ବର ଭାବରେ ଏହି ଦିବସ ପାଳନ କରାଯାଇଛି ।

hiranchal ad1
Leave A Reply

Your email address will not be published.

two × 5 =