ନିଖିଳ ଓଡିଶା ଆଶାକର୍ମୀ ସଂଘର ବୈଠକ, ହକ୍‌ ଅଧିକାର ପାଇଁ ଲଢେ଼ଇ କରି ପାଇଁ ସାଂଗଠନିକ ସୁଦୃଢ଼ କରିବାକୁ ନିଷ୍ପତ୍ତି

0 127

ପାଟଣାଗଡ଼: ପାଟଣାଗଡ଼ ବ୍ରାହ୍ମପୁରା ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ନିଖିଳ ଓଡିଶା ଆଶାକର୍ମୀ ସଂଘ ଆଶାକର୍ମୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଘର ଜିଲ୍ଲା ସଭାପତି ତିର୍ଥ ପ୍ରଧାନଙ୍କ ସଭାପତିତ୍ୱରେ ସଭା ଆରମ୍ଭ ହୋଇଥିବା ବେଳେ ଦୁର୍ଯ୍ୟେଧନ ବିଶ୍ୱାଲ ସଭା ପରିଚାଳନା କରିଥିଲେ । ଏଥିରେ ରାଜ୍ୟ ଉପସଭାପତି ରାଜେନ୍ଦ୍ର ପ୍ରସାଦ ସିଂ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ପାଟଣାଗଡ଼ ତଥା ଉପଖଣ୍ଡ ଥିବା ଆଶାକର୍ମୀ ମାନେ ପାଉଥିବା ପ୍ରୋତ୍ସାହନ ରାଶି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ବାଟମାରଣା ହେଉଥିବା ନେଇ ଆଲୋଚନା ହେବା ସହ ଏହାର ତୁରନ୍ତ ସମାଧାନ ପାଇଁ ସଂଘ ତରଫରୁ ଏକଟିମ୍‌ ସିଡିଏମଓ ଓ ଡିପିଓଙ୍କୁ ସାକ୍ଷାତ କରି ଏସମ୍ପର୍କରେ ଲିଖିତ ଭାବେ ଅଭିଯୋଗ କରାଯିବା ବୋଲି ସଭାପତି ଶ୍ରୀ ପ୍ରଧାନ କହିଥିଲେ । ନିଖିଳ ଓଡିଶା ଆଶାକର୍ମୀ ସଂଘ ବିଧିବଦ୍ଧ ସାଂଗଠନିକ ଭାବେ ପାଟଣାଗଡ଼ ଆଶାକର୍ମୀ ମାନେ ସଂଘ ସହିତ ସାମିଲ ହୋଇଥିଲେ । ଆଗାମୀ ଦିନରେ ସଂଗଠନକୁ ଆହୁରି ମଜଭୂତ କରିବା ସହ ଏକଜୁଟ ହୋଇ ହକ୍‌ ଅଧିକାର ପାଇଁ ଲଢେ଼ଇ ପାଇଁ ଆଶାକର୍ମୀ ମାନଙ୍କୁ ସଂଘ ତରଫରୁ କୁହାଯାଇଥିଲା । ଏହି ସଭାରେ କାର୍ଯ୍ୟକାରୀ ସଭାପତି ବିଜୟ କୁମାର ସେଠ, ଜିଲ୍ଲା ସଂପାଦିକା ଉର୍ମି ଗୁପ୍ତା, ଜିଲ୍ଲା ସହ ସମ୍ପାଦିକା ପଦ୍ମନୀ ସେଠ, ଉପଦେଷ୍ଟା ସାଏବୁ ନନ୍ଦଙ୍କ ସହ ପାଟଣାଗଡ଼ ଉପଖଣ୍ଡ ବିଭିନ୍ନ ସ୍ଥାନରୁ ଆଶାକର୍ମୀ ମାନେ ଉପସ୍ଥିତ ।

hiranchal ad1
Leave A Reply

Your email address will not be published.

5 × 1 =