ସଂପୂର୍ଣ୍ଣ ଅନଲକ୍‌ ହେଲା ଆସାମ

0 57

ଗୌହାଟୀ,୧୫/୨ : ସମ୍ପୂର୍ଣ୍ଣ ଅନଲକ୍‌ ହେଲା ଆସାମ । ଦେଶର ପ୍ରଥମ ରାଜ୍ୟ ଭାବେ ଆସାମରୁ ସବୁ ପ୍ରକାର କୋଭିଡ୍‌ କଟକଣା ହଟାଇ ଦିଆଯାଇଛି । ଆଜିଠୁ ସ୍କୁଲ, କଲେଜ, ପୂର୍ବ ପରି ଚାଲିବ । ସିନେମା ହଲ୍‌, ସାଧାରଣ ସଭା, ବିବାହ ଉତ୍ସବରେ କୌଣସି କଟକଣା ରହିବ ନାହିଁ । କେବଳ ତିନିଟି ନିୟମକୁ ମାନିବା ବାଧ୍ୟତାମୂଳକ କରାଯାଇଛି । ମାସ୍କ ପିନ୍ଧିବା, ହାତ ସାନିଟାଇଜ୍‌ କରିବା ଓ ଟିକା ନେବାକୁ ପଡିବ ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୯୫ ପ୍ରତିଶତ ଲୋକଙ୍କୁ କରୋନାର ଦୁଇଟି ଡୋଜ୍‌ ଟିକା ଦିଆ ସରିଲାଣି । ମାର୍ଚ୍ଚ ୨୦୨୦ରେ ଆସାମରେ କରୋନା କଟକଣା ଲାଗୁ କରାଯାଇଥିଲା । ମାର୍ଚ୍ଚ ୨୫ ତାରିଖରେ ସାରା ଦେଶରେ ତାଲା ବନ୍ଦ ବେଳେ ରାଜ୍ୟରେ ପ୍ରଥମ ଥର କଟକଣା ହୋଇଥିଲା । ମାର୍ଚ୍ଚ ୩୧ ତାରିଖରେ ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

five × five =