ଭୟଙ୍କର ସଡ଼କ ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ

0 362

ଲକ୍ଷ୍ନୌ : ଭୟଙ୍କର ସଡ଼କ ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ। ଉତ୍ତରପ୍ରଦେଶର ବାରମ୍ବକୀ ଜିଲ୍ଲାରେ ଘଟିଛି ଏ ସଡକ ଦୁର୍ଘଟଣା। ଏଥିରେ ୬ଜଣଙ୍କ ମୃତ୍ୟୁ ହୋଇଛି, ଯେଉଁଥିରେ ୨ଜଣ  ଛୁଆ ବି ଅଛନ୍ତି।  ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।ସୂଚନା ଅନୁସାରେ, ଘଟଣାଟି  ବୁଧବାର ତଥା ଆଜି ଭୋର ୩ ଟା ସମୟରେ ଅଯୋଧ୍ୟା ଓ ଲକ୍ଷ୍ନୌ ରାଜପଥରେ  ରାମସନେହି ଘାଟି ନିକଟରେ ଘଟିଛି। ହାଇୱେ ଉପରେ  ଛିଡ଼ା ହୋଇଥିବା  କଣ୍ଟେନରକୁ ଅଯୋଧ୍ୟାକୁ ଯାଉଥିବା କାର୍‌ ପଛପଟୁ ଧକ୍କା ଦେଇଥିଲା,  ଫଳରେ ଭୟଙ୍କର ଦୁର୍ଘଟଣା ଘଟିଥିଲା।  ଦୁର୍ଘଟଣାରେ ଆଯୋଧ୍ୟା ଜିଲ୍ଲାର ପଟରଙ୍ଗା ଥାନା ଅଞ୍ଚଳର ନିବାସୀ ଅଜୟ କୁମାର ୟାଦବ, ପୁଅ ବଂଶୀଲାଲ୍‌, ରୁଦୌଲୀ ଥାନା ଅଞ୍ଚଳର ରସୁଲପୁର ନିବାସୀ ଅଜୟ କୁମାର ବର୍ମା, ପୁତ୍ର ବିପତ ବର୍ମା ଓ ତାଙ୍କ ଭାଇ ରାମ  ପତ୍ନୀ ସପନା, ପୁଅ ଆର୍ଯ୍ୟନ ଓ ୟସ୍‌ ଗୁରୁତର ହୋଇଥିଲେ।  ସୂଚନା ମିଳିବା ପରେ ପୋଲିସ୍‌  ଘଟଣା ସ୍ଥଳରେ ପହଞ୍ଚି, ଗୁରୁତରଙ୍କୁ ନିକଟତର ହସ୍ପିଟାଲରେ ପହଞ୍ଚାଇଥିଲେ। ସେଠୁରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।ଏଏସପି  ଉତ୍ତରୀ ପୁର୍ଣ୍ଣେନ୍ଦ୍ର ସିଂହ କହିଛନ୍ତି, ‘ଲକ୍ଷ୍ନୌ ଅଯୋଧ୍ୟା ରାଜପଥରେ ଛିଡ଼ା ହୋଇଥିବା କଣ୍ଟେନରକୁ ଏକ କାର୍‌ ଧକ୍କା ଦେବା ଫଳରେ  ୬ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଗୁଜୁରାଟରୁ ଅୟୋଧ୍ୟା ନିଜ ଘରକୁ ଫେରୁଥିବା ବେଳେ ଏ ଦୁର୍ଘଟଣା ଘଟିଛି।’

hiranchal ad1
Leave A Reply

Your email address will not be published.

4 + 3 =