ମହିଳା ଜଷ୍ଟିସଙ୍କୁ ସାର୍‌ କହିଲେ ଓକିଲ

0 95

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଶୁଣାଣି ସମୟରେ ଜଣେ ମହିଳା ଜଷ୍ଟିସଙ୍କୁ ସାର୍‌ ଓକିଲ ସାର୍‌ କହିବା ଘଟଣାକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଛି । ବାରମ୍ବାର ଏଭଳି କହୁଥିବା ଦେଖି ଶେଷରେ ଜବାବ ଦେଲେ ଜଷ୍ଟିସ ରେଖା ପଲ୍ଲୀ । ଗତକାଲି ଦିଲ୍ଲୀ ହାଇକୋର୍ଟରେ ହୋଇଥିବା ଏକ ମାମଲାର ଶୁଣାଣି ବେଳେ ଜଷ୍ଟିସ ରେଖା ପଲ୍ଲୀଙ୍କୁ ମହକିଲଙ୍କ ପକ୍ଷ ରଖୁଥିବା ଓକିଲ ‘ସାର୍‌’ ବୋଲି କହି ସମ୍ବୋଧନ କରୁଥିଲେ । କିଛି ସମୟ ଏଭଳି ହେବାପରେ ଜଷ୍ଟିସ ରେଖା ଓକିଲଙ୍କୁ ସାର୍‌ ନକହିବାକୁ କହିଥିଲେ । ହେଲେ ଏହା ପରେ ଓକିଲ ଜଣକ ଯେଉଁ ବିବାଦୀୟ ଉତ୍ତର ଦେଇଥିଲେ, ଏହା ପାଇଁ ତାଙ୍କୁ ଜଷ୍ଟିସ ରେଖାଙ୍କ ଆକ୍ରୋଶର ଶିକାର ହେବାକୁ ପଡିଥିଲା । ଓକିଲ ଜଣକ ସାର୍‌ କହିବା ପରେ ଜଷ୍ଟିସ ରେଖା ତାଙ୍କୁ କହିଥିଲେ ଯେ, ମୁଁ ସାର୍‌ ନୁହେଁ । ମୁଁ ଆଶା କରୁଛି ଆପଣ ଏହା ବୁଝିପାରିବେ । ଏହାର ଉତ୍ତରରେ ଓକିଲ ଜଣକ କହିଥିଲେ ଯେ, ମୁଁ ଦୁଃଖିତ । କ୍ଷମା କରିବେ, କିନ୍ତୁ ଆପଣ ବସିଥିବା ଚେୟାର ପାଇଁ ମୁଁ ବାରମ୍ବାର ସାର୍‌ କହିଦେଉଛି । ଏଭଳି ଉତ୍ତରରେ ରାଗିଯାଇ ଜଷ୍ଟିସ ରେଖା କହିଥିଲେ ଯେ, ଯଦି ଆପଣ ଭାବୁଛନ୍ତି ଯେ ଚେୟାରଟି କେବଳ ସାରଙ୍କ ପାଇଁ ,ତା’ହେଲେ ଏହା ଆହୁରି ଦୁଃଖଦ କଥା । ଯଦି ଆପଣମାନେ ପୁରୁଷ-ମହିଳାଙ୍କୁ ସମାନ ନ ଭାବିବେ, ତେବେ ଭବିଷ୍ୟତ ପିଢି କ’ଣ ଶିଖିବେ?

hiranchal ad1
Leave A Reply

Your email address will not be published.

five + nineteen =