ପଞ୍ଚାୟତ ନିର୍ବାଚନ ; ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଜାରି ରହିଛି ମତଦାନ

0 56

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ୩୦ଟି ଜିଲ୍ଲାର ୬୮ ବ୍ଲକର ୧୮୬ ଜିଲ୍ଲା ପରିଷଦ ଜୋନରେ ଆଜି ସକାଳ ୭ଟାରୁ ଚାଲିଛି ଭୋଟିଂ। ଏଥିରେ ରହିଛି ୧ ହଜାର ୫୧୪ ପଞ୍ଚାୟତ। ଜିଲ୍ଲା ପରିଷଦ ସଭ୍ୟଙ୍କ ସହିତ ସରପଞ୍ଚ, ସମିତି ସଭ୍ୟ ଓ ଓ୍ୱାର୍ଡ ମେମ୍ବର ବାଛିବାକୁ ଭୋଟ ଦେଉଛନ୍ତି ୬୨ ଲକ୍ଷରୁ ଅଧିକ ଭୋଟର। ଏଥିପାଇଁ ୨୦ ହଜାର ୪୩୬ ବୁଥ କରାଯାଇଛି। ସକାଳ ୭ଟାରୁ ଅପରାହ୍ଣ ୧ଟା ଯାଏ ମତଦାନ ଚାଲିବ। ଭୋଟରମାନେ ଯେପରି ସୁରୁଖୁରୁରେ ଭୋଟ ଦେଇପାରିବେ, ସେଥିପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। କେତେକ ସ୍ଥାନରେ ସକାଳୁ ମକ୍ ଭୋଟିଂ ମଧ୍ୟ କରାଯାଇଛି । ଏକା ଥରେ ୪ଟି ପଦବୀ ପାଇଁ ଭୋଟିଂ ହେଉଥିବାରୁ ବେଶ୍ ସତର୍କତା ଅବଲମ୍ବନ କରାଯାଇଛି।

hiranchal ad1
Leave A Reply

Your email address will not be published.

18 − 15 =