ଚମ୍ପାବତ ମର୍ମନ୍ତୁଦ ଦୁର୍ଘଟଣା ; ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି,

0 126

ଚମ୍ପାବତ : ଉତ୍ତରାଖଣ୍ଡ ଚମ୍ପାବତ୍‍ ରେ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ପ୍ରଥମେ ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ଏହା ୧୪କୁ ବୃଦ୍ଧି ପାଇଛି। ଘଟଣା ବିଷୟରେ ଖବର ପାଇବା ମାତ୍ରେ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ପ୍ରଥମେ ଖାଇରୁ ୧୧ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ପରେ ୧୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଦୁର୍ଘଟଣାରେ ଗଭୀର ଭାବେ ଆହତ ହୋଇଥିବା ୨ ଜଣଙ୍କର ଚିକିତ୍ସା କରାଯାଉଛି। ଟନକପୁର-ଚମ୍ପାବତ୍‍ ହାଇୱେରେ ୧୬ ଜଣଙ୍କ ମଧ୍ୟରୁ ୧୪ ଜଣଙ୍କ ମୃତ୍ୟୁ ହୋଇଛି।
ଉତ୍ତରାଖଣ୍ଡର ଚମ୍ପାବତ୍‍ ରେ ହୋଇଥିବା ସଡକ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଚମ୍ପାବତ୍‍ ରେ ହୋଇଥିବା ସଡକ ଦୁର୍ଘଟଣା ହୃଦୟ ବିଦାରକ ବୋଲି କହିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ସ୍ଥାନୀୟ ପ୍ରଶାସନ ଉଦ୍ଧାରକାର୍ଯ୍ୟ ଜାରି ରଖିଛି। ଜୀବନ ହରାଇଥିବା ମୃତକ ପରିଜନଙ୍କୁ ପିଏମଏନଆରଏଫରୁ ୨ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଆହତଙ୍କ ପାଇଁ ୫୦ ହଜାର ଘୋଷଣା କରିଛନ୍ତି।

hiranchal ad1
Leave A Reply

Your email address will not be published.

twenty + four =