ପୁଣି ଚର୍ଚ୍ଚାରେ ଷ୍ଟାଇଲିସ ନିର୍ବାଚନ ଅଧିକାରୀ

0 340

ବରେଲି : ଗତ ବିଧାନସଭା ନିର୍ବାଚନରେ ହଳଦିଆ ରଙ୍ଗର ଶାଢୀ ପିନ୍ଧିଥିବା ଜଣେ ଷ୍ଟାଇଲିସ ଅଧିକାରୀଙ୍କ ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା । ଏବଂ ତାହାକୁ ନେଇ ସେ ବେଶ୍‌ ଚର୍ଚ୍ଚାରେ ଥିଲେ । ଏହି ମହିଳାଙ୍କ ନାମ ରୀନା ଦ୍ୱିବେଦୀ । ଏବେ ୟୁପି ବିଧାନସଭା ନିର୍ବାଚନ ଚାଲିଛି । ତେଣୁ ଏକ ସପ୍ତାହ ଧରି ଲୋକମାନେ ସୋସିଆଲ ମିଡିଆରେ ପ୍ରଶ୍ନ କରିଥିଲେ ଯେ ଏଥର ସେହି ଷ୍ଟାଲିସ ଲେଡି ଅଫିସରଙ୍କ ଡ୍ୟୁଟି କେଉଁଠାରେ ପଡ଼ିଛି । ୨୦୨୨ ମସିହାରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପୁନର୍ବାର ରୀନା ଦ୍ୱିବେଦୀଙ୍କ ଡ୍ୟୁଟି ଲକ୍ଷେ୍ନøରେ ହିଁ ପଡ଼ିଛି । ନିର୍ବାଚନ ଡ୍ୟୁଟି କରିବାକୁ ଯାଉଥିବା ବେଳେ ପୁଣିଥରେ ତାଙ୍କର ଚିତ୍ର ଭାଇରାଲ ହେଉଛି । ଅବଶ୍ୟ, ଏଥର ତାଙ୍କ ଲୁକ୍‌ ପୂର୍ବ ଅପେକ୍ଷା ଅଧିକ ଷ୍ଟାଇଲିସ୍‌ ଦେଖାଯାଉଛି । କଳା ଚଷମା, ଷ୍ଟାଇଲିସ୍‌ ଟ୍ରାଉଜର ଏବଂ କଳା ସ୍ଲିଭଲେସ୍‌ ଟପ୍‌ ସହିତ ତାଙ୍କ ଲୁକ୍‌ ସୋସିଆଲ ମିଡିଆରେ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି । ମତଦାନ ଡ୍ୟୁଟି କରିବାକୁ ଯାଉଥିବାବେଳେ ରୀନା କହିଛନ୍ତି ଯେ ଆମର ଲକ୍ଷ୍ୟ ମଧ୍ୟ ଏଥର ସର୍ବାଧିକ ଭୋଟିଂ । ଲୋକେ ଅଧିକରୁ ଅଧିକ ସଂଖ୍ୟାରେ ଭୋଟ ଦେବାକୁ ଆସନ୍ତୁ । ଆଜି ନୁହେଁ,ମୁଁ ପିଲାଦିନୁ ହିଁ ଷ୍ଟାଇଲିସ । ମୋତେ ସବୁବେଳେ ଫିଟ ଓ ସୁନ୍ଦର ରହିବାକୁ ଭଲ ଲାଗେ ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

18 − 4 =