ମାଟ୍ରିକ୍‌ ପରୀକ୍ଷା ମାମଲା : ଜାଣନ୍ତୁ,ଅଫଲାଇନ ଆବେଦନ ଉପରେ କ’ଣ କହିଲେ ସୁପ୍ରିମକୋର୍ଟ

0 113

ନୂଆଦିଲ୍ଲୀ : ଅଫଲାଇନ୍‌-ଅନଲାଇନ୍‌ ପରୀକ୍ଷା ଦ୍ୱନ୍ଦ୍ୱ ନେଇ ସୁପ୍ରିମକୋର୍ଟରେ ଆଜି ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଥିଲା । ଶୁଣାଣି ବେଳେ କୋର୍ଟ ଭୀଷଣ ବିରକ୍ତି ପ୍ରକାଶ କରିଥିଲେ । ମାଟ୍ରିକ୍‌-ଦ୍ୱାଦଶ ପରୀକ୍ଷା ମାମଲାରେ ଶୁଣାଣି କରି ଅଫଲାଇନ ପରୀକ୍ଷା ବିରୋଧରେ ହୋଇଥିବା ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଆବେଦନ ଖାରଜର କାରଣ ଦର୍ଶାଇ ସୁପ୍ରିମକୋର୍ଟ କହିଛନ୍ତି ଯେ ପରୀକ୍ଷା ନିୟମ ଓ ତାରିଖ ଆସିନଥିବାରୁ ପିଟିନସନ୍‌ ଖାରଜ କରାଯାଇଛି । ନିୟମ ଓ ତାରିଖ ଆସିବା ପରେ ପୁନର୍ବାର ପିଟିସନ୍‌ ଦିଆଯାଇପାରିବ ବୋଲି କୋର୍ଟ କହିଛନ୍ତି । ଦଶମ ଓ +୨ର ଅଫଲାଇନ୍‌ ପରୀକ୍ଷା ବିରୋଧରେ ଆବେଦନ ହୋଇଥିଲା । ଏହ ି ଆବେଦନ ଉପରେ ଆଜି ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଥିଲେ । ତଦନୁସାରେ ଶୁଣାଣି ଆରମ୍ଭ ହୋଇଥିଲା ।

hiranchal ad1
Leave A Reply

Your email address will not be published.

three × four =