ୟୁକ୍ରେନର ୧୩ ସହରରେ ଋଷର ଆକ୍ରମଣ

0 132

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣ । ଋଷ ୟୁକ୍ରେନର ୧୩ ଟି ସହର ଉପରେ ଆକ୍ରମଣ କରିଛି। ରାଜଧାନୀ କିଭ୍‍ ସମେତ ୟୁକ୍ରେନର ପୂର୍ବ ଭାଗରେ ଥିବା ସହରଗୁଡ଼ିକୁ ଟାର୍ଗେଟ କରାଯାଇଛି । ୟୁକ୍ରେନର ଅନେକ ସହରରେ ବିସ୍ଫୋରଣ ହେବାର ଖବର ରହିଛି । କଳାସାଗର ନିକଟ ଓଡେସାରେ ଦୁଇଟି ଶକ୍ତିଶାଳୀ ବିସ୍ଫୋରଣ ଘଟିଛି। ରାଜଧାନୀ କିଭରେ ମଧ୍ୟ ଦୁଇଟି ଶକ୍ତିଶାଳୀ ବିସ୍ଫୋରଣର ଶବ୍ଦ ଶୁଣାଯାଇଛି । ଖାର୍କିଭରେ ହୋଇଥିବା ବିସ୍ଫୋରଣ ବିଷୟରେ ମଧ୍ୟ ସୂଚନା ମିଳିଛି । କ୍ରାମାଟେରସ୍କ, ବର୍ଡିୟାନ୍ସକ ଏବଂ ନିକୋଲାଏଭ ସହରରେ ବିସ୍ଫୋରଣ ମଧ୍ୟ ହୋଇଛି । ତେବେ ବିସ୍ଫୋରଣରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିପାରିନାହିଁ ।

hiranchal ad1
Leave A Reply

Your email address will not be published.

six + 3 =