ବିମାନ ଉଡ଼ାଣ ବନ୍ଦ କଲା ୟୁକ୍ରେନ, ଫସି ରହିଛନ୍ତି ବିଦେଶୀ

0 46

ମସ୍କୋ : ୟୁକ୍ରେନ ବେସାମରିକ ବିମାନ ଉଡ଼ାଣ ବନ୍ଦ କରିଦେଇଛି  । ଫଳରେ ହଜାର ହଜାର ବିଦେଶୀ ନାଗରିକ ବିମାନ ବନ୍ଦର ନିକଟରେ ଫସି ରହିଥିବା ଜାଣିବାକୁ ମିଳିଛି  । ଅନେକ ଭାରତୀୟ ମଧ୍ୟ ୟୁକ୍ରେନରେ ରହିଛନ୍ତି  । ଯୁଦ୍ଧ ପାଇଁ ସବୁ ଦେଶ ନିଜ ନିଜର ନାଗରିକଙ୍କୁ ୟୁକ୍ରେନରୁ ଆଣୁଥିବାବେଳେ ୟୁକ୍ରେନର ଏହି ନିଷ୍ପତି ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି  । 

hiring

ୟୁକ୍ରେନ ଓ ଋଷ ଯୁଦ୍ଧ ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବାବେଳେ ଜାତିସଂଘ ସୁରକ୍ଷା ପରିଷଦର ଜରୁରୀକାଳୀନ ବୈଠକ ଆରମ୍ଭ ହୋଇଛି  । ୟୁକ୍ରେନର ଅନୁରୋଧ ପରେ ଏହି ବୈଠକ ଆହୂତ ହୋଇଛି  । ଯୁଦ୍ଧ ପରିସ୍ଥିତିକୁ ଟାଳିବା ପାଇଁ କି ପଦକ୍ଷେପ ଗ୍ରହଣ କରାଯିବ ସେନେଇ ବୈଠକରେ ନୀତି ନିର୍ଦ୍ଧାରଣ କରାଯିବ  ।

hiranchal ad1
Leave A Reply

Your email address will not be published.

two × 3 =