ୟୁକ୍ରେନରେ ରହୁଥିବା ଭାରତୀୟମାନଙ୍କୁ ଘରେ ରହିବାକୁ ପରାମର୍ଶ

0 66

ନୂଆଦିଲ୍ଲୀ:  ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି ଋଷ ରାଷ୍ଟ୍ରପତି ପୁଟିନ । କେବଳ ସେତିକି ନୁହେଁ ୟୁକ୍ରେନର କିଭ ଓ ଖାରକିଭରେ ଋଷିଆ ପକ୍ଷରୁ ମିଜାଇଲ ଆକ୍ରମଣ କରାଯାଇଛି ।  ୟୁକ୍ରେନର ଅନ୍ୟାନ୍ୟ କେତେକ ଅଞ୍ଚଳରେ ମଧ୍ୟ ଆକ୍ରମଣ କରାଯାଇଛି ।  ଯୁଦ୍ଧକୁ ଦୃଷ୍ଟିରେ ରଖି ବହୁ ଭାରତୀୟ ସ୍ୱଦେଶ ଫେରିଆସିଥିବା ଆହୁରି ଅନେକ ସେଠାରେ ଫସି ରହିଛନ୍ତି । ତେବେ ୟୁକ୍ରେନରେ ରହୁଥିବା ଭାରତୀୟମାନଙ୍କୁ ଘରେ ରହିବାକୁ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି । 

hiring

କିଭ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ ୟୁକ୍ରେନରେ ବର୍ତ୍ତମାନର ପରିସ୍ଥିତି ଅତ୍ୟନ୍ତ ଅନିଶ୍ଚିତତାପୂର୍ଣ୍ଣ । ଶାନ୍ତ ରୁହ ଓ ସୁରକ୍ଷିତ ଜାଗାରେ ରୁହ ।  ଘର, ହଷ୍ଟେଲ ଓ ଅସ୍ଥାୟୀ ଶିବିର, ଯିଏ ଯେଉଁଠି ଅଛ ସେଇଠି ରହୁ ।  କିଭ ଅଭିମୁଖେ ଆସୁଥିବା ଲୋକ ନିଜ ସହରକୁ ଫେରିଯାଆନ୍ତୁ ।  ଅପେକ୍ଷାକୃତ ସୁରକ୍ଷିତ ଜାଗାକୁ ଚାଲିଯିବାକୁ  କିଭ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଭାରତୀୟମାନଙ୍କୁ ପରାମର୍ଶ ଦିଆଯାଇଛି । 

hiranchal ad1
Leave A Reply

Your email address will not be published.

two × 3 =