ପିକଅପ୍ ଦୁର୍ଘଟଣା; ଦୁଇ ମୃତ, ୫ରୁ ଅଧିକ ଆହତ

0 153

ଅନୁଗୁଳ : ଅନୁଗୁଳ ଜିଲ୍ଲା ଠାକୁରଗଡ ଥାନା ସାନହୁଲା ନିକଟରେ ସଡକ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି ।  ବଇଣ୍ଡାରୁ ଆଠମଲ୍ଲିକ ଆଡକୁ ଆସୁଥିବା ଏକ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଏକ ବ୍ରିଜରେ ବାଡେଇ ହୋଇ ଯାଇଥିଲା । ଫଳରେ ପିକଅପ ଭ୍ୟାନରେ ଯାଉଥିବା ୮ ଜଣରୁ ଅଧିକ ଛିଟିକି ପଡିଥିଲେ। ଦୁର୍ଘଟଣାରେ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣରୁ ଅଧିକ ଗୁରୁତର ଅଛନ୍ତି । ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଖବର ପାଇ ଠାକୁରଗଡ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

hiranchal ad1
Leave A Reply

Your email address will not be published.

seven + fifteen =