ଇତିହାସ ରଚିଲେ ଶାହିନ ଆଫ୍ରିଦି

0 137

କରାଚୀ : ପାକିସ୍ତାନ ସୁପର ଲିଗ୍‌ ଫାଇନାଲରେ ଲାହୋର କାଲାଣ୍ଡାର୍ସ ଦଳ ୪୨ ରନ୍‌ରେ ମଲ୍ଟାନ୍‌ ସୁଲତାନଙ୍କୁ ପରାସ୍ତ କରିବାରେ ସଫଳ ହୋଇଛିା ଲାହୋର ଅଧିନାୟକ ଶାହିନ୍‌ ଆଫ୍ରିଦି ତାଙ୍କ ନାମରେ ଏକ ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି କରିଛନ୍ତି । ଟି-୨୦ ଲିଗ୍‌ ଟାଇଟଲ୍‌ ଜିତିବାରେ ଶାହିନ୍‌ ସର୍ବକନିଷ୍ଠ ଅଧିନାୟକ ହୋଇପାରିଛନ୍ତି । ବର୍ତ୍ତମାନ ଶାହିନଙ୍କ ବୟସ ମାତ୍ର ୨୧ ବର୍ଷ । ଚଳିତ ସିଜିନରେ ପ୍ରଥମ ଥର ପାଇଁ ଶାହିନ୍‌ ପିସିଏଲରେ ଏକ ଫ୍ରାଞ୍ଚାଇଜ ଦଳର ଅଧିନାୟକତ୍ୱ କରିଥିଲେ । ଶାହିନ୍‌ ପୂର୍ବରୁ ଅଷ୍ର୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌ ୨୨ ବର୍ଷ ଏବଂ ୨୪୦ ଦିନରେ ସିଡନୀ ସିକ୍ସର୍ସ ଦଳର ଅଧିନାୟକତ୍ୱ କରୁଥିବାବେଳେ ତାଙ୍କ ଦଳ ପାଇଁ ବିବିଏଲ୍‌ ଟାଇଟଲ୍‌ ଜିତିଥିଲେ । ପିସିଏଲ ଫାଇନାଲରେ ପାକିସ୍ତାନର “ପ୍ରଫେସର’ ଅର୍ଥାତ୍‌ ମହମ୍ମଦ ହାଫିଜ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିଥିଲେ ଏବଂ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ଟାଇଟଲ୍‌ ଜିତିବାରେ ସଫଳ ହୋଇଥିଲେ । ପ୍ରଥମେ ବ୍ୟାଟିଂ କରି ହାଫିଜ ୪୬ ବଲରୁ ୬୯ ରନର ଇନିଂସ ଖେଳିଥିଲେ । ପରେ ବୋଲିଂ ବେଳେ ୨ ୱିକେଟ୍‌ ନେଇଥିଲେ ।ପିସିଏଲ୨୦୨୨ ସିଜିନରେ ମଲ୍ଟାନ୍‌ ସୁଲତାନର ଅଧିନାୟକ ମହମ୍ମଦ ରିଜୱାନ୍‌ଙ୍କୁ ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ପ୍ଲେୟାର ଅଫ୍‌ ଟୁର୍ନାମେଣ୍ଟ ଟାଇଟଲ୍‌ ପ୍ରଦାନ କରାଯାଇଥିଲା । ଏହି ସିଜିନରେ ସେ ୧୨୬.୬୮ ର ଷ୍ଟ୍ରାଇକ୍‌ ହାରରେ ରନ୍‌ ସ୍କୋର କରିଥିଲେ । ତାଙ୍କ ଅଧିନାୟକତ୍ୱରେ ଦଳ ୧୦ ଟି ଲିଗ୍‌ ମ୍ୟାଚ୍‌ ମଧ୍ୟରୁ ୯ ଟି ଜିତିଥିଲ।। ରିଜୱାନ୍‌ ମଧ୍ୟ ପିସିଏଲ୨୦୨୨ ୱିକେଟ୍‌ କିପର ପୁରସ୍କାର ଜିତିଥିଲେ । ୧୨ ଟି ମ୍ୟାଚ୍‌ ରେ ସେ ଷ୍ଟମ୍ପ୍‌ ପଛରେ ୯ ବ୍ୟାଟ୍ସମ୍ୟାନ୍‌ଙ୍କୁ ପାଭିଲିଅନ୍‌ ପାଇଁ ରାସ୍ତା ଦେଖାଇଥିଲେ ।ଫଖର ଜମାନ ଏବଂ ଶାଦବ ଖାନଙ୍କୁ ଯଥାକ୍ରମେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ଓ ଶ୍ରେଷ୍ଠ ବୋଲର ଭାବେ ପୁରସ୍କୃତ କରାଯାଇଥିଲା । ୧୫୩ ର ଷ୍ଟ୍ରାଇକ୍‌ ହାରରେ ଫଖର ୫୮୮ ରନ୍‌ ସଂଗ୍ରହ କରିଥିବାବେଳେ ଶାଦବ ଖାନ ୬.୪୭ ହାରରେ ୯ ଟି ମ୍ୟାଚରେ ୧୯ ଟି ୱିକେଟ୍‌ ନେଇ ଟୁର୍ନାମେଣ୍ଟ ଶେଷ କରିଛନ୍ତି ।

hiranchal ad1
Leave A Reply

Your email address will not be published.

fifteen − 12 =