ଦୁଇବର୍ଷ ପରେ ଖୋଲିଲା ସ୍କୁଲ, ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉତ୍ସାହ

0 106

ପାଟଣାଗଡ,୨୮/୨- ଦୀର୍ଘ ଦୁଇବର୍ଷ ପରେ ଆଜି ସକାଳ ୧୦ଟାରେ ପ୍ରଥମରୁ ସପ୍ତମଶ୍ରେଣୀ ସ୍କୁଲ ଖୋଲାଯାଇଛି । ସ୍କୁଲ ଖୋଲିଯାଇଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଠପଢାକୁ ନେଇ ସେମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ପାଟଣାଗଡ଼ ଉପଖଣ୍ଡରେ ଥିବା ସମସ୍ତ ସ୍କୁଲ ଆଜି ଦିନ ସକାଳ ୧୦ଟାରୁ ଖୋଲାଯାଇଛି । ସ୍କୁଲରେ ଛାତ୍ରଛାତ୍ରୀମାନେ ପହଂଚିବାପରେ ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କୁ ଫୁଲ ଚନ୍ଦନ ଦେଇ ଭବ୍ୟ ସ୍ୱାଗତ କରି ଭିତରକୁ ପାଛୋଟି ନେଇଥିଲେ । ସରକାରଙ୍କ ନିୟମ ମୁତାବକ ସକାଳ ୧୦ଟାରୁ ୧ଟା ଯାଏ ପିଲାମାନେ ସ୍କୁଲରେ ରହିବେ । ଏହି ସମୟ ମଧ୍ୟରେ କୋଭିଡ ନିୟମ ପାଳନ ହେବ । ଛାତ୍ରଛାତ୍ରୀ ଦୀର୍ଘ ଦୁଇବର୍ଷ ହେବ ଘରେ ଥିବାରୁ ସେମାନେ କେତେ ପାଠ ଜାଣିଛନ୍ତି, କେଉଁଠି ଅଟକି ଯାଇଛନ୍ତି, ଏସବୁକୁ ନେଇ ସେମାନଙ୍କ ଶିକ୍ଷଣସ୍ତର ମପାଯିବ । ଏହାପରେ ଅଭିଭାବକ ଓ ଶିକ୍ଷକଙ୍କ ମଧ୍ୟରେ ଏକ ସଭା କରାଯାଇ ଶିକ୍ଷାଦାନ କରାଯିବ ବୋଲି ଜଣାପଡିଛି ।

hiranchal ad1
Leave A Reply

Your email address will not be published.

17 − thirteen =