ଆଦର୍ଶ ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ

0 76

ଗଜପତି,୨୮/୨: ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଅଲଡ଼ା (କାଶୀନଗର) ଏବଂ ଡ଼କ୍ଟର ଗଣପତି ସାବତ ଫାଉଣ୍ଡେସନ ଏନସିଏସଟିସି ଆନୁକୁଲ୍ୟରେ ଜାତୀୟ ବିଜ୍ଞାନ ଦିବସ ପାଳନ ସହ ଏକ ବିଶେଷ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷା ସନ୍ତୋଷିନୀ ପାଢ଼ୀ ଅଧ୍ୟକ୍ଷତା କରିଥିବାବେଳେ ଫାଉଣ୍ଡେସନର ମୁଖ୍ୟ ଡକ୍ଟର ଗଣପତି ସାବତ, ପରିଚାଳନା କରିଥିଲେ । ମୁଖ୍ୟଅତିଥି ଭାବେ ଜାତୀୟ ପୁରସ୍କାର ପ୍ରାପ୍ତ ସେବା ନିବୃତ୍ତ ପ୍ରଧାନ ଶିକ୍ଷକ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା, ମୁଖ୍ୟ ବକ୍ତାଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଗଜପତି, ବିଚିତ୍ରାନନ୍ଦ ବେବର୍ତ୍ତା ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ଜେନା ଜାତୀୟ ଭାବନା ୨୦୨୨ର ଉଦ୍ଦେଶ୍ୟ “”ପୋଷଣୀୟ ଭବିଷ୍ୟତ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ସମ୍ମିଳିତ ପ୍ରୟାସ ସଂପର୍କରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ଆଜି ଥିଲା ଏହି କର୍ମଶାଳାର ତୃତୀୟ ଏବଂ ଶେଷ ଦିବସ । କାର୍ଯ୍ୟକ୍ରମ ଶେଷରେ ଗୀତ,ନୃତ୍ୟ,ଅଭିନୟ ସାଙ୍ଗକୁ କୁଇଜ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶିକ୍ଷୟତ୍ରୀ ନମିତା ପ୍ରଧାନ, ଶିକ୍ଷକ ମାନସ ରଞ୍ଜନ ଡାକୁଆ, ବିକାଶ ସାହୁଙ୍କ ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

3 × 2 =