ଜାଣନ୍ତୁ,୨୦୩୦ ସୁଦ୍ଧା ମୋଟା ଲୋକଙ୍କ ସଂଖ୍ୟା କେତେରେ ପହଞ୍ଚିବ

0 68

ନୂଆଦିଲ୍ଳୀ : ହୃଦଘାତ,ଡାଏବେଟିସ,ନିମୋନିଆ,ନିଦ୍ରାହୀନତା,ଦ୍ରୁତ କେଶ ପତନ ଭଳି ମେଦବହୁଳତା ମଧ୍ୟ ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା । ଅଳ୍ପ ବୟସର ପିଲାମାନେ ମଧ୍ୟ ଏହି ସମସ୍ୟାର ଶିକାର ହେଉଛନ୍ତି । ଏହି ସମସ୍ୟା ବହୁଳଭାବେ ବୃଦ୍ଧି ପାଇବାର ଅନ୍ୟତମ କାରଣ ହେଉଛି ଲୋକ ନିଜ ଇଚ୍ଛା ଅନୁସାରେ ଚଳଣି । ଏହି କାରଣରୁ ମୋଟା ଲୋକଙ୍କ ସଂଖ୍ୟା ବ÷ିବାରେ ଲାଗିଛି । ନୂତନ ବିଶ୍ୱ ଆକଳନ ଅନୁଯାୟୀ,୨୦୩୦ ସୁଦ୍ଧା ବିଶ୍ୱରେ ମୋଟା ଲୋକଙ୍କ ସଂଖ୍ୟା ୧ ବିଲିୟନରୁ ଅଧିକ ହୋଇଯିବ । ବିଶ୍ୱ ମେଦବହୁଳ ଫେଡେରେସନ୍‌ ଏହି ସୂଚନା ଦେଇଛି । ୨୦୩୦ ସୁଦ୍ଧା ପ୍ରତି ୫ ଜଣ ମହିଳାଙ୍କ ମଧ୍ୟରୁ ଜଣେ ଏବଂ ୭ ଜଣ ପୁରୁଷଙ୍କ ମଧ୍ୟରୁ ଜଣେ ମୋଟାପଣର ଶିକାର ହେବାର ପୂର୍ବାନୁମାନ କରାଯାଇଛି । ଉତ୍ତର ଆମେରିକା, ଲାଟିନ୍‌ ଆମେରିକା ଏବଂ କାରିବିଆନ୍‌ରେ ସବୁଠୁ ଅଧିକ ମୋଟା ଲୋକ ଦେଖାଦେବେ । ଆମେରିକାରେ ପ୍ରାୟ ଅଧା ଲୋକ ଅର୍ଥାତ ପାଖାପାଖି ୪୭ ପ୍ରତିଶତ ୨୦୩୦ ସୁଦ୍ଧା ମେଦବହୁଳତାର ଶିକର ହେବା ଆକଳନ କରାଯାଉଛି । ଆଫ୍ରିକାରେ ୭୪ ନିୟୁତ ମହିଳା ୨୦୩୦ସୁଦ୍ଧା ମେଦବହୁଳତାର ଶିକାର ହେବେ । ୨୦୧୦ ରେ ୨୬ ନିୟୁତ ଏବଂ ୨୦୩୦ ରେ ୨୭ ନିୟୁତ ପୁରୁଷ ଏହାର ଶିକାର ହୋଇଛନ୍ତି । ୨୦୩୦ ସୁଦ୍ଧା ଦକ୍ଷିଣ ଆଫ୍ରିକାରେ, ଅଧା ମହିଳା ମେଦବହୁଳତାର ଶିକାର ହେବା ମଧ୍ୟ ପୂର୍ବାନୁମାନ କରାଯାଇଛି । ବିଶ୍ୱ ମେଦବହୁଳ ଫେଡେରେସନର ମୁଖ୍ୟ କାର୍ଯ୍ୟନିର୍ବାହୀ ଜୋହାନା ରାଲଷ୍ଟନ୍‌ କହିଛନ୍ତି, ଆମ ରିପୋର୍ଟରେ ଥିବା ସଂଖ୍ୟା ଆଶ୍ଚର୍ଯ୍ୟଜନକ । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଏହି ରିପୋର୍ଟରୁ କମ୍‌ ଲୋକ ପ୍ରଭାବିତ ହେଉଛନ୍ତି । କିଛି ଲୋକ ମୋଟାପାର ଚିକିତ୍ସା କରୁଛନ୍ତି । କିନ୍ତୁ ବଢୁଥିବା ମେଦବହୁଳତାର ସଂଖ୍ୟା ଦେଖି ଆହୁରି ସଜାଗ ହେବା ଏବଂ ପରିଶ୍ରମ କରିବାର ସମୟ ଆସିଯାଇଛି । ଡାକ୍ତର ଆଡେଲହେଡ ଓନିଆଙ୍ଗୋ କହିଛନ୍ତି, ଅତୀତରେ ଆମର ମୋଟାପଣ ହାର କମ୍‌ ଥିଲା । ତେଣୁ ଏହାର ବଢୁଥିବା ସଂଖ୍ୟା ଆଗକୁ ଚିନ୍ତାଜନକ ହେବ । ଆମ ଖାଦ୍ୟ ଓ ଲାଇଫ୍‌ଷ୍ଟାଇଲ୍‌ରେ ଆମେ ଅସ୍ୱାସ୍ଥ୍ୟକର ଖାଦ୍ୟକୁ ଗୁରୁତ୍ୱ ଦେଉଛୁ । ଉଚ୍ଚ ଚର୍ବିଯୁକ୍ତ ଖାଦ୍ୟ ଖାଉଛୁ । ଏହାସହ ଆରାମ ପରିଶ୍ରମ ବିପରୀତ । ଶାରୀରିକ ପରିଶ୍ରମର ଅଭାବ ତଥା ଅତ୍ୟଧୀକ ଟେକ୍ନୋଲୋଜିର ଦୁର୍ବଳତା ମଧ୍ୟ ମୋଟାପଣର ବଡ କାରଣ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

5 × 5 =