ଜାଣନ୍ତୁ,ଋଷ୍‌ର ଶତ୍ରୁ ଦେଶ ତାଲିକାରେ କେଉଁମାନେ ଅଛନ୍ତି

0 133

ବେଜିଂ,୭/୩ : ଋଷ୍‌ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ଆଜି ପ୍ରକାଶ ପାଇଛି ଏକ ଚାଞ୍ଚଲ୍ୟକର ରିପୋର୍ଟ । ଏହି ରିପୋର୍ଟରେ ରହିଛି ଋଷ୍‌ର ପରମ ଶତ୍ରୁ ଦେଶମାନଙ୍କର ତାଲିକା । ଏହି ତାଳିକାରେ ଅଛନ୍ତି ଆମେରିକା ସମେତ ମୋଟ ୩୦ଟି ଦେଶ । ଶୀର୍ଷରେ ଅଛି ଆମେରିକା । ଏହାଛଡ଼ା,ବ୍ରିଟେନ,ୟୁକ୍ରେନ ଓ ଜାପାନ ଭଳି ଦେଶଙ୍କ ନାମ ମଧ୍ୟ ଏଥିରେ ଅଛି । ୟୁରୋପୀୟ ୟୁନିଅନର ସମସ୍ତ ୨୭ଟି ଦେଶ ମଧ୍ୟ ଅଛନ୍ତି । ଋଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସରକାର ଏହି ତାଲିକା ପ୍ରସ୍ତୁତ କରିବା ସହ ଏହାକୁ ଅନୁମୋଦନ ପ୍ରଦାନ କରିଛନ୍ତି । ଚୀନ୍‌ର ସରକାରୀ ମିଡିଆ ସିଜିଟିଏନ ଏହି ତାଲିକା ସଂପର୍କରେ ବିସ୍ତୃତ ରିପୋର୍ଟ ପ୍ରକାଶ କରିଛି,ଯାହାକୁ ନେଇ ବେଶ୍‌ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଉଲ୍ଲେଖଯୋଗ୍ୟ ଯେ ଯୁଦ୍ଧ ଆରମ୍ଭ ହେବା ପରଠୁ ହିଁ ଆମେରିକା ତଥା ପାଶ୍ଚାତ୍ୟ ଦେଶଗୁଡ଼ିକ ଋଷ୍‌ର ଟାର୍ଗେଟରେ ରହି ଆସିଛନ୍ତି ।

hiranchal ad1
Leave A Reply

Your email address will not be published.

19 − 2 =