ଦଶପଲ୍ଲା : ଦିନକୁ ଦିନ ସରଗରମ ହେବାରେ ଲାଗିଛି ନୟାଗଡ଼ ପୌର ନିର୍ବାଚନ ରାଜନୀତି । ବିଶେଷ କରି ସାତ ନମ୍ବର ୱାର୍ଡରେ ଶାସକ ବିଜେଡି ଏବଂ ବିଜେପି ମଧ୍ୟରେ କଡା ଟକ୍କର ହେଉଥିବାର ଲକ୍ଷ୍ୟ କରାଯାଉଛି । ବିଜେଡି ପକ୍ଷରୁ ଲକ୍ଷ୍ମୀଧର ମହାପାତ୍ର ନବୀନ ସରକାର ଏବଂ ବିଧାୟକ ଡ.ଅରୁଣ କୁମାର ସାହୁଙ୍କ ଉନ୍ନତି ମୁଳକ କାର୍ଯ୍ୟକୁ ଆଧାର କରି ଭୋଟ ମାଗୁଥିବା ବେଳେ ବିଜେପି ପ୍ରାର୍ଥୀ ବାପୁଜୀ ସାହୁ ୱାର୍ଡର ବିଭିନ୍ନ ସମସ୍ୟାକୁ ଆଧାର କରି ଭୋଟରଙ୍କ ନିକଟତର ହେବା ପାଇଁ ଚେଷ୍ଟା ଚଳାଇଛନ୍ତି । ଅନୁରୂପ ଭାବରେ ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ତଥା ସହରାଞ୍ଚଳର ଅଭାବ ଅସୁବିଧାକୁ ନେଇ ମୈଦାନରେ ନିଜର ପ୍ରାର୍ଥୀ ଠିଆ କରାଇଛି ଜାତୀୟ କଂଗ୍ରେସ ଦଳ ।